ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ ରେ ପହଞ୍ଚିଥିବା ବେଳେ ନୂତନ ଭାବେ ଚିହ୍ନଟ ୬୫ ଜଣଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରୁ ୩୫ ଜଣ ପଶ୍ଚିମବଙ୍ଗ ଫେରନ୍ତା । ସେହିପରି ୨୧ ଜଣ ସୁରଟରୁ ଫେରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏନେଇ କରାଯାଇଥିବା ଟ୍ୱିଟ୍ରେ ଦର୍ଶାଯାଇଛି ଯେ, ଯାଜପୁରରେ ଚିହ୍ନଟ ହୋଇଥିବା ୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ପଶ୍ଚିମବଙ୍ଗ ଫେରାନ୍ତା ଆଉ ଜଣେ ଝାଡଖଣ୍ଡରୁ ଫେରିଥିଲେ । ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିଲେ । ଗଞ୍ଜାମରେ ଆଉ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ସେମାନେ ସମସ୍ତେ ସୁରଟରୁ ଫେରିଥିଲେ । ସେହିପରି ଜଣେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । କଟକରେ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତ ଅହମ୍ମଦାବାଦରୁ ଫେରିଥିଲେ ଓ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । କେନ୍ଦ୍ରାପଡ଼ାରେ ଚିହ୍ନଟ ୪ ଆକ୍ରାନ୍ତ ସୁରଟରୁ ଫେରିଥିଲେ । ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିଲେ । ପୁରୀରେ ଆଉ ୪ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ସେଠାରୁ ଫେରି ସେମାନେ କ୍ୱାରେଣ୍ଟାଇନ୍ରେ ଥିଲେ । ନୟାଗଡ଼ରେ ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୋବଳେ ସେମାନେ ସମସ୍ତେ ସୁରଟରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ରେ ଥିଲେ । ଖୋର୍ଦ୍ଧାରେ ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଓ ଅନ୍ୟ ଜଣେ ସୁରଟରୁ ଆସିଥିଲେ । ଦୁଇ ଜଣ ଯାକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଅନ୍ୟ ଜଣେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ମୟୂରଭଞ୍ଜର ଦୁଇ ଆକ୍ରାନ୍ତ ସୁରଟରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ରେ ଥିଲେ । ୧୩ଟି ନୂଆ କେସ୍ ସହିତ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ ରେ ପହଞ୍ଚôଯାଇଛି । ୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କର ମୃତୁ୍ୟ ଘଟିଛି । ବାକି ୨୭୪ ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ୩୧ଟି ନୂଆ କେସ୍ ସହିତ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୯ ଜଣ ଚିକିତ୍ସାଧୀନ ଅଛନ୍ତି । ୬ ନୂଆ ଆକ୍ରାନ୍ତଙ୍କ ସହିତ କଯକ ଜିଲ୍ଲାରେ ଏହି ସଂଖ୍ୟା ୧୦ରେ ପହଞ୍ଚôଛି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଥିବା ବେଳେ ବାକି ଚିକି୍ତ୍ସାଧୀନ ଅଛନ୍ତି । କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୨୪ ଜଣ ଚିକିତ୍ସାଧୀନ ରହିଛନ୍ତି । ପୁରୀରେ ୪ଟି ନୂଆ କେସ୍ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ରେ ପହଞ୍ଚôଯାଇଛି । ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରେ ଆଉ ୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ୟା ୫୬ ରେ ପହଞ୍ଚିଛି ଓ ସେମାନଙ୍କ ମଧ୍ୟରୁ ୪୫ ଜଣ ସୁସ୍ଥ ହୋଇସାରିଥିବା ବେଳ ୯ ଜଣ ଚିକିତ୍ସାଧୀନ ଅଛନ୍ତି । ମୟୁରଭଞ୍ଜ ଓ ନୟାଗଡ଼ରେ ଆୁ ୨ ଜଣ ଲେଖାଏଁ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୧୧ ଓ ୬ ରେ ପହଞ୍ଚିଛି । ସୂଚନାଯୋଗ୍ୟ, ୭୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ ସୁସ୍ଥ ହୋଇସାରିଥିବା ବେଳେ ୩ ଜଣଙ୍କ ମୃତୁ୍ୟ ହୋଇଯାଇଛି । ୫୬୮ ଟି କେସ୍ ଆକ୍ଟିଭ୍ ରହିଛି ।
Comments are closed, but trackbacks and pingbacks are open.