ବିରିଡି,(ବି.ବି.ନୁ୍ୟଜ୍): ବିରିଡି ଥାନା ଅନ୍ତର୍ଗତ ୨୨ ମୌଜାର ପେଣ୍ଠସ୍ଥଳି କୁହାଯାଉଥିବା ପୁରଣ ଆନନ୍ଦ ବଜାରର ୬ଟି ଦୋକାନ ସଟର୍ ତାଡି ଚୋରି ହୋଇଛି । ଚୋର ଦୁଇ ଲକ୍ଷରୁ ବେଶୀ ଟଙ୍କା ଚୋରି କରିନେଇଛନ୍ତି । ଏହି ସିରିଜ୍ ଚୋରି ଶୁକ୍ରବାର ବିଳମ୍ୱିତ ରାତ୍ରିରେ ହୋଇଛି । ଦୋକାନୀମାନେ ଗତକାଲି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଦୋକାନରେ ଥିଲେ । ଏହାପରେ ଦୋକାନରେ ତାଲା ପକାଇ ଘରକୁ ଚାଲିଯାଇଥିଲେ ।
ବିଶ୍ୱଭୁଷଣ ଦାସଙ୍କ ଶ୍ରୀରାମ ମେଡିକାଲ ହଲ୍, ଜୀବନକାନ୍ତ ଦାସଙ୍କ ଶ୍ରୀରାମ ଭେରାଇଟି ଷ୍ଟୋର, ନିରଞ୍ଜନ ନନ୍ଦଙ୍କ ରୁବି ଡ୍ରେସେସ୍ ହାଉସ୍, ଅଶୋକ ପ୍ରଧାନଙ୍କ ତେଜରାତି ଦୋକାନ, ନିବେଦିତା ସ୍ୱାଇଁଙ୍କ ଲେଡିଜ୍ କର୍ଣ୍ଣର, କିଶୋର ଓଝାଙ୍କ ଡ୍ରେସ୍ ଦୋକାନ ସଟର ତାଡି ଚୋରି ହୋଇଛି । ଚୋର ବିଶ୍ୱଭୂଷଣ ଦାଶଙ୍କ ୫୦ହଜାର, ଜୀବନକାନ୍ତ ଦାଶଙ୍କ ୭୦ହଜାର, ଅଶୋକ ପ୍ରଧାନଙ୍କ ୨୫ହଜାର, ନିରଞ୍ଜନ ନନ୍ଦଙ୍କ ୩୦ହଜାର, ନିବେଦିତା ସ୍ୱାଇଁଙ୍କ ୩ ହଜାର, କିଶୋର ଓଝାଙ୍କ ଦୋକାନରୁ ୨୦ହଜାର ଟଙ୍କା ଚୋରି କରି ନେଇଥିବା ସେମାନେ କହିଛନ୍ତି । ଏହି ଚୋରି ଘଟଣାରେ ଜଗତସିଂହପୁର ଏସ୍ପି ପ୍ରକାଶ ଆର୍, ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ପାଲ୍, ବିରିଡି ଥାନା ଅଧିକାରୀ ପାରୋ ଟୁଡୁ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନେଇଥିଲେ । ସନ୍ଧାନୀ କୁକୁରକୁ ଦୋକାନ ଭିତରେ ଥିବା ବିଭିନ୍ନ ସାମଗ୍ରୀକୁ ଶୁଙ୍ଗା ଯାଇଥିଲା । ପ୍ରଥମେ କୁକୁର ଚୋରି ଯାଇଥିବା ଦୋକାନର ମାତ୍ର ୨୦ମିଟର ଦୂରରେ ଥିବା ପରିତ୍ୟକ୍ତ ପଶୁ ଚିକିତ୍ସାକେନ୍ଦ୍ରରେ ପହଞ୍ଚô ପ୍ରାୟ ୨୦ମିନିଟ୍ ଧରି ଶୋଇରହିଥିଲା । ପରେ କୁକୁର ପୁରଣ ବଜାର ଓ ହାଟ ବଜାର ଅଞ୍ଚଳକୁ ଖେଦିଥିଲା । ସେଠାରୁ ଆଉ ଆଗକୁ ସନ୍ଧାନୀ କୁକୁର ଯାଇ ନ ଥିଲା । ତେଣୁ ସେଠାରୁ ଚୋର ସାଇକେଲ କିମ୍ୱା ମୋଟର ସାଇକେଲରେ ଫେରାର ହୋଇଯାଇଥିବା ପୁଲିସ ସନେ୍ଦହ କରୁଛି । ତେବେ ପୁଲିସର ଏକ ଟିମ୍ କରାଯାଇ ଛାନ୍ଭିନ୍ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.