କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପାଡୁଆ ପୁଲିସ୍ ହାତରେ ଧରାପଡିଛି ୭୧୨ କେଜି ଗଞ୍ଜେଇ । ଚାଲାଣରେ ବ୍ୟବହୃତ ଏକ ପିକ୍ଅପ୍ ଭ୍ୟାନ୍କୁ ପୁଲିସ୍ ଜବତ କରିଛି । ସୋମବାର ରାତିରେ ଅନ୍ଧାରର ସୁଯୋଗ ନେଇ ଚାଲାଣକାରୀମାନେ ଫେରାର୍ ହୋଇଯାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ହେବ ବୋଲି ନନ୍ଦପୁର ଏସ୍ଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।
ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇଥିଲା ପୁଲିସ୍ । ଏସ୍ପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିଦେ୍ର୍ଧଶରେ ନନ୍ଦପୁର ଏସ୍ଡିପିଓ ଶ୍ରୀ ମହାପାତ୍ର, ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ଦ୍ରୁତଗତିରେ ଯାଉଥିବା ଭ୍ୟାନ୍(ଓଆର୍-୨୪-୫୧୮୩)କୁ ପିଛା କରି ପୁଲିସ୍ ନନ୍ଦକା ନିକଟରେ ଅଟକାଇବାରେ ସଫଳ ହୋଇଥିଲା । ପୁଲିସ୍ ପିଛା କରୁଥିବା ଜାଣିବା ପରେ ଚାଲାଣକାରୀମାନେ ଅନ୍ଧାରର ସୁଯୋଗ ନେଇ ଫେରାର୍ ହୋଇଯାଇଥିଲେ । ଗାଡି ନିକଟରେ ପହଞ୍ଚି ପୁଲିସ୍ ଯାଞ୍ଚ କରିବା ବେଳେ ଡାଲାରେ ପ୍ରାୟ ୨୯ଟି ଜରିବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ବୋଝେଇ ଗାଡିକୁ ପୁଲିସ୍ ଜବତ କରି ଥାନାକୁ ଆଣିଥିଲା । ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ରଙ୍କ ଉପସ୍ଥିତିରେ ଏହାକୁ ଓଜନ କରାଯାଇଥିଲା । ଏଥିରେ ମୋଟ ୭୧୨ କେଜି ୭୧୨ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ପାଡୁଆ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ଏହି ଗଞ୍ଜେଇ କେଉଁଠାରୁ କେଉଁ ଅଞ୍ଚଳକୁ ଚାଲାଣ ହେଉଥିଲା ଏବଂ ଏଥିରେ କେଉଁମାନଙ୍କ ସଂପୃକ୍ତି ରହିଛି ତାହାର ତଦନ୍ତ ଚାଲୁ ରହିଛି । ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ମହାପାତ୍ର କହିଛନ୍ତି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.