ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ ରେ ପହଞ୍ଚôଥିବା ବେଳେ ନୂତନ ଭାବେ ଚିହ୍ନଟ ହୋଇଛନ୍ତି ୬୫ ଜଣ । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳକ ଥିବା ଜଣାଯାଇଛି । ସେହିଭଳି ବାଣପୁରରେ ଜଣେ ସୁରଟ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାର ତୃତୀୟ ପଜିଟିଭ୍ ପୌରାଞ୍ଚଳର ନବୀନାବାଗ୍ ଅଞ୍ଚଳର । ନବୀନାବାଗ୍ ଆକ୍ରାନ୍ତ ଲୋକକାତା ଫେରନ୍ତା ହୋଇଥିବା ବେଳେ ସେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ସେହିଭଳି ବାଣପୁରରେ ଜଣେ ସୁରଟ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାର ତୃତୀୟ ପଜିଟିଭ୍ ପୌରାଞ୍ଚଳର ନବୀନାବାଗ୍ ଅଞ୍ଚଳର । ନବୀନାବାଗ୍ ଆକ୍ରାନ୍ତ କୋଲକାତା ଫେରନ୍ତା ହୋଇଥିାବ ବେଳେ ସେ ହେମା୍ କ୍ୱାରେଣ୍ଟାଇନ୍ରେ ଥିଲେ । ଖୋର୍ଦ୍ଧାରେ ୩ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାରେ ୨ଟି ଅଞ୍ଚଳକୁ କ୍ୱାଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ବାଣପୁରର କେଶପୁର ଗାଁ ଓ ଖୋର୍ଦ୍ଧା ପୌରାଞ୍ଚଳକୁ କ୍ୱାଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କ୍ୱାଣ୍ଟେନମେଣ୍ଟ ଘୋଷଣା ସହ କେଶପୁର ଗାଁରେ କଣ୍ଟାଟ୍ ଟ୍ରେସିଂ ଆରମ୍ଭ ହୋଇଯାଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ । ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯ ଜଣ ଚିକିତ୍ସାଧୀନ ଅଛନ୍ତି । ୨ ଜଣଙ୍କର ମୃତୁ୍ୟ ଘଟିଛି ।


Comments are closed, but trackbacks and pingbacks are open.