ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ୍ ଗୌଡକଙ୍କଡାପୁଟ ଗାଁରେ ଅଭାବନୀୟ ଘଟଣା ଘଟିଛି । ନାବାଳକ ଓ ନାବାଳିକା ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । । ସମ୍ପର୍କରେ ଦୁହେଁ ଦାଦା ଓ ଝିଆରୀ ।
ସୂଚନାଯୋଗ୍ୟ ଯେ, ଗତ ୧୫ଦିନ ହେଲା ଉଭୟ ଘରୁ ଫେରାର ହୋଇଯାଇଥିଲେ । ତେବେ ସେମାନେ ଗତକାଲି ରାତିରେ ଗାଁକୁ ଫେରିଥିଲେ । ଗାଁ ନିକଟ ଆମ୍ବଗଛ ତଳେ କୀଟନାଶକ ଔଷଧ ସେବନ କରି ଉଭୟ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ଘଟଣାସ୍ଥଳରେ କାକିରିଗୁମ୍ମା ପୋଲିସ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି । ଲୋକଲଜ୍ଜା ଭୟରେ ଉଭୟ ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ମାନେ ପ୍ରକାଶ କରିଛନ୍ତି ।


Comments are closed, but trackbacks and pingbacks are open.