ବ୍ୟାଙ୍କ ଋଣ ଠକେଇ ମାମଲା: ୭ ଦିନିଆ ଇଡି ରିମାଣ୍ଡକୁ ଗଲେ ଭୂଷଣ ପାୱାର ଏଣ୍ଡ ଷ୍ଟିଲର ପୂର୍ବତନ ସିଏମଡି ସଞ୍ଜୟ ସିଂହଲ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଭୂଷଣ ପାୱାର ଏଣ୍ଡ ଷ୍ଟିଲ ଲିଃ(ବିପିଏସଏଲ)ର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ (ସିଏମଡି) ସଞ୍ଜୟ ସିଂହଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ୭ ଦିନିଆ ରିମାଣ୍ଡରେ ନେଇଛି। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିଲା। ପଚରା ଉଚରା ପରେ ଶନିବାର ତାଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯାଇଥିବା ବେଳେ ୭ ଦିନ ରିମାଣ୍ଡ ଲାଗି ନିବେଦନ କରିଥିଲା।
ହାଜର କରାଯାଇଥିବା ବ୍ୟକ୍ତିଙ୍କ ବିରୋଧରେ ଇଡି ୪୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲା ତଦନ୍ତ କରୁଥିବା ସ୍ପେଶାଲ ପ୍ରୋସିକ୍ୟୁଟର ନିତେଶ ରାଣା କୋର୍ଟଙ୍କୁ ଜଣାଇଥିଲେ। ତାଙ୍କର ମାତ୍ର ୪ ହଜାର କୋଟି ଟଙ୍କାର ଚଳଅଚଳ ସମ୍ପତ୍ତି ଜବତ ହୋଇଥିବା ବେଳେ ଆହୁରି ୪୩ ହଜାର କୋଟି ଟଙ୍କାର ଏବେବି ତଦନ୍ତ ଜାରୀ ରହିଛି। ଅଭିଯୁକ୍ତମାନେ କଥିତ ରୂପେ ଏହି ବିପୁଳ ଧନ ଲୁଟ କରିଛନ୍ତି। ଏହାକୁ ସେମାନଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ହୁଏତ ରୂପାନ୍ତରିତ କରିଛନ୍ତି। ଏଣୁ ଏଥିରେ ଅଭିଯୁକ୍ତଙ୍କ ସହ ଜଡିତ ଲୋକଙ୍କୁ ଠାବ କରିବା ଏବେ ଜରୁରୀ। ଏଣୁ ପଚରା ଉଚରା ଲାଗି ୧୪ ଦିନ ରିମାଣ୍ଡ ଲାଗି ରାଣା କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ କୋର୍ଟ ସିଂହଲଙ୍କ ଓକିଲମାନେ ତାଙ୍କର ଗିରଫ ଓ ରିମାଣ୍ଡକୁବିରୋଧ କରିଥିଲେ।
ସିଂହଲ ବିଭିନ୍ନ ସମୟରେ ଇଡିଙ୍କ ତଦନ୍ତରେ ସହଯୋଗ କରିଥିବା ଓ କେବଳ ୨ଥର ଆସିପାରିନଥିଲେ। ଅନ୍ୟପକ୍ଷରେ ସେ ହୃଦ ସମେତ ବିଭିନ୍ନ ରୋଗରେ ପୀଡିତ ଥିବାରୁ ତାଙ୍କୁ ହାଜତକୁ ପଠଯାଇପାରିବନି ବୋଲି ତର୍କ ରଖିଥିଲେ। ତେବେ ରାଣା ସିଂହଲଙ୍କ ଗତକାଲି ଓ ଶନିବାରର ସ୍ୱାସ୍ଥ୍ୟରିପୋର୍ଟ କୋର୍ଟଙ୍କୁ ଦାଖଲ କରିବା ସହ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ। ଏଣୁ କୋର୍ଟ ସିଂହଲଙ୍କୁ ୭ ଦିନିଆ ଇଡି ରିମାଣ୍ଡକୁ ପଠାଇଛନ୍ତି।
ବ୍ୟାଙ୍କ ଋଣ ଠକେଇ ମାମଲାରେ ସିଂହଲ ସହଯୋଗ ନ କରିବାରୁ ତାଙ୍କୁ ଗିରଫ କରିବା ଲାଗି ପଦକ୍ଷେପ ନିଆଯାଇଥିଲା। ସିଂହଲ କମ୍ପାନୀର ସିଏମଡି ଥିବା ବେଳେ ସେ ନିଜେ ଓ ତାଙ୍କ ପରିବାର ଲୋକେ ବିପିଏସଏଲରେ ୬୯୫.୧୪କୋଟି ଟଙ୍କା ପୁଞ୍ଜିନିବେଶ କରିଥିଲେ। ଏହା ଉପରେ ବ୍ୟାଙ୍କମାନଙ୍କରୁ ଆଣିଥିବା ଋଣକୁ ପରିବର୍ତ୍ତିତ କରି ଦୀର୍ଘକାଳୀନ ପୁଞ୍ଜିରେ ପରିଣତ କରିଥିଲେ। ହେଲେ ବ୍ୟାଙ୍କ ଋଣ ଫେରାଇବା ଲାଗି କୌଣସି ପଦକ୍ଷେପ ନେଇନଥିଲେ। ସିଂଘଲ ୨୦୦୭ ରୁ ୨୦୧୪ ମସିହା ମଧ୍ୟରେ ଦେଶର ୩୩ଟି ବ୍ୟାଙ୍କରୁ ୪୭ ହଜାର ୨୦୪କୋଟି ଟଙ୍କା ଋଣ ନେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons