ବଲାଙ୍ଗୀର : କଂଟାବାଞ୍ଜି ଥାନା ଅଣ୍ଡାଲପୁରି ଗାଁରେ ଘଟିଛି ଏକ ଅଘଟଣ । ପାରିବାରିକ କଳହ ଯୋଗୁଁ ଜଣେ ବିବାହିତ ପୁରୁଷ କରିଛନ୍ତି ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ମୁକୁନ୍ଦ ବାଗ । ମୁକୁନ୍ଦ ଏକ ସାଢିରେ ନିଜ ବେକକୁ ଗୁଡ଼ାଇ ଏଭଳି କାଣ୍ଡ କରିଥିବା ଦେଖାଯାଇଛି ।
ହାତରେ ତାଙ୍କର କଟା ଚିହ୍ନ ମଧ୍ୟ ରହିଛି । ନିଜେ ପ୍ରଥମେ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରି ପରେ ସାଢି ଲଗେଇ ଆତ୍ମହତ୍ୟା କରିଥିବା ପୋଲିସ ସଂଦେହ କରୁଛି । କଂଟାବାଞ୍ଜି ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରି ଦେଇଛି ।
ମୃତ ମୁକୁନ୍ଦ ମହୁବାହାଲି ଗାଁର ଜଣେ ଯୁବତୀଙ୍କୁ ବୈଦିକ ରୀତିରେ ବିବାହ କରିଥିବା ବେଳେ ଧାମନଡଂଗା ଗାଁର ଜଣେ ଅନ୍ୟ ଜାତିର ଯୁବତୀଙ୍କୁ ପ୍ରେମ କରି ଘରକୁ ଆଣିଥିଲେ । ଏ ନେଇ ଅନେକ ଥର ଘରେ ଝଗଡା ଲାଗି ରହୁଥିଲା । ୨ ଦିନ ହେବ ଘରକୁ ଆଣିଥିବା ଯୁବତୀ କୁଆଡେ ଚାଲି ଯାଇଥିବାବେଳେ ଏ ନେଇ ଥାନା ରେ ମଧ୍ୟ ମୁକୁନ୍ଦଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ତେବେ ରାତି ସମୟରେ ଘରେ କୌଣସି ଲୋକ ନ ଥିବା ସମୟରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।
Comments are closed, but trackbacks and pingbacks are open.