ସାଲେପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଠବର୍ଷ ର ବାଳକ ମୃତ୍ୟୁ ହୋଇଛି । କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳର ସତ୍ୟଭାମାପୁର ଗାଁରେ ଘଟଣା ଘଟିଛି ।ମୃତ ବାଳକ ଜଣକ ହେଲେ ସତ୍ୟଭାମାପୁର ଗାଁ ର କେଶବ ମହାରଣା ଙ୍କ ଆଠବର୍ଷର ପୁତ୍ର ଦିପକ ମହାରଣା।
ସୂଚନାଯୋଗ୍ୟ ଯେ, କେଶବ ମହାରଣା ନିଜ କୁକୁଡ଼ା ଫାର୍ମ ରେ ବିଦ୍ୟୁତ ସଂଯୋଗ କରୁଥିବା ସମୟରେ ଫ ତାଙ୍କ ପୁଅ ସାଇକେଲ ଯୋଗେ ଯାଉଥିବା ବେଳେ ବିଦ୍ୟୁତ ତାର ତାଙ୍କ ମୁଁହରେ ସେ ଆହତ ହୋଇଥିଲେ। ଦୀପକକୁ ଆହତ ଅବସ୍ଥାରେ ସାଲେପୁର ମେଡ଼ିକାଲ କୁ ଆଣିଥିଲେ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ଦୀପକର ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Comments are closed, but trackbacks and pingbacks are open.