ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

Get real time updates directly on you device, subscribe now.

ବାରିପଦା : ପୁଣି ଡାକ୍ତରଖାନାରେ ରୋଗୀଙ୍କ ସଂପର୍କୀୟଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ।
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଶୁନଗଡିଆ ସ୍ଥିତ ବାସନ୍ତୀ ମୁଖିଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ପିଆରଏମ୍ ମେଡିକାଲର ୩ନଂ ରେଡକ୍ରସ୍ କ୍ୟାବିନରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତକାଲି ରାତି ପ୍ରାୟ ସାଢେ ୧୨ଟା ସମୟରେ ବାସନ୍ତୀଙ୍କର ଶରୀର ଅଧିକ ଅସୁସ୍ଥ ହୋଇପଡିଥିଲା । ପରିବାର ଲୋକେ ବ୍ୟସ୍ତ ହୋଇ ଡାକ୍ତରଙ୍କ ସହାୟତା ଲୋଡିଥିଲେ । ଏପରିକି ବାସନ୍ତୀଙ୍କ ଝିଅ ମାଧୁରୀ ଡାକ୍ତରଖାନାରେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ତେବେ ମଧ୍ୟରାତ୍ରରେ ଡାକିବାରୁ ହଠାତ୍ ଉତକ୍ଷିପ୍ତ ହୋଇ ପଡିବା ସହିତ ମାଧୁରୀଙ୍କୁ ନାନା ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ ବୋଲି କହନ୍ତି ବାସନ୍ତୀ ଏବଂ ତାଙ୍କ ପରିବାର ଲୋକେ।
ତେବେ ଯଦି ଖୋଦ୍ ଜଣେ ଡାକ୍ତରଖାନାର କର୍ମଚାରୀଙ୍କୁ ଏଭଳି ବ୍ୟବହାରର ଶିକାର ହେବାକୁ ପଡୁଛି, ତେବେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସାଧାରଣ ଜନତା କିଭଳି ବ୍ୟବହାର ପାଇବା ସହିତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବେ ତାହା ସହଜରେ ଅନୁମାନ କରାଯାଇପାରେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons