ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତୁ୍ୟ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ଚନ୍ଦ୍ରଭାଗାଠାରେ ଆଜି ସମୁଦ୍ରରେ ଗାଧୋଉ ଥିବାବେଳେ ଜଣେ ଯୁବକ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ାସ୍ଥିତ ଶୈଳବାଳା ଆଇଟିଆଇରେ ପଢ଼ୁଥିବା କଟକ ଜିଲ୍ଲା ନିଆଳୀ କୋରକୋର ଗ୍ରାମର ସୌରଜିତ ରାଉତ(୧୮) ତାଙ୍କର ଅନ୍ୟ ୮ଜଣ ସାଥୀଙ୍କ ସହ କୋଣାର୍କ ବୁଲିବାକୁ ଆସିଥିଲେ । ଅପରାହ୍ଣ ୨ଟାରେ ଚନ୍ଦ୍ରଭାଗାଠାରେ ସାଥୀ ହୋଇ ଗାଧୋଇବାକୁ ସମୁଦ୍ରରେ ପଶିଥିଲେ । ସମୁଦ୍ରରେ ସମସ୍ତେ ମିଶି ଗାଧୋଉ ଥିବାବେଳେ ସୌରଜିତ ସ୍ରୋତରେ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ । ସୌରଜିତ ବୁଡ଼ି ଯାଉଥିବା ଦେଖି ଅନ୍ୟ ସାଥୀମାନେ କୂଳକୁ ଆସି ପାଟି କରିବାରୁ ସ୍ଥାନୀୟ ବ୍ୟବସାୟୀମାନେ ଘଟଣାସ୍ଥଳରେ ପହଞ୍ଚô ଥିଲେ । ସ୍ଥାନୀୟ ବ୍ୟବସାୟୀମାନେ ଓ ସୌରଜିତଙ୍କ ସାଥୀମାନେ ମିଳିତ ଭାବେ ସୌରଜିତଙ୍କୁ ଉଦ୍ଧାର କରି କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏ ନେଇ ଚନ୍ଦ୍ରଭାଗା ମେରାଇନ୍ ଥାନାରେ ୩/୧୯ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ପୁରୀ ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିବା ଆଇଆଇସି ନୀଳିମା ପଟ୍ଟନାୟକ ସୂଚନା ଦେଇଛନ୍ତି । ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ଲାଇଫ୍ ଗାର୍ଡ ମୁତୟନ କରାଯାଇ ନଥିବା ବେଳେ ପର୍ଯ୍ୟଟକମାନେ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons