ନୂଆଦିଲ୍ଲୀ: ରେଲିଗେୟାର ଫିନ୍ଭେଷ୍ଟ ଲିମିଟେଡ୍ (ଆରଏଫଏଲ) ମାମଲାରେ ଦିଲ୍ଲୀର ଏକ କୋର୍ଟ ଫୋର୍ଟିସ୍ ହେଲ୍ଥକେୟାରର ପୂର୍ବତନ ପ୍ରମୋଟର ମାଲୱିନ୍ଦର ସିଂହ ଓ ରେଲିଗେୟାର ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ର ପୂର୍ବତନ ସିଏମ୍ଡି ସୁନୀଲ ଗୋଧ୍ୱାନିଙ୍କୁ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସ୍ୱତନ୍ତ୍ର ବିଚାରପତି ସନ୍ଦୀପ ଯାଦବ ମାମଲାର ଶୁଣାଣି କରି ଏହି ନିଦେ୍ର୍ଧଶ ଦେଇଥିବା ଜଣାପଡ଼ିଛି ।
ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ନିତେଶ ରାଣା କୋର୍ଟଙ୍କୁ କହିଥିଲେ କି ମାମଲା ବାବଦରେ ଅଧିକ ତଦନ୍ତ ଆବଶ୍ୟକ ରହିଛି । ତେଣୁ ଅଭିଯୁକ୍ତ ମାଲୱିନ୍ଦର ଓ ଗୋଧ୍ୱାନିଙ୍କୁ ଆଉ କିଛିଦିନ ହାଜତରେ ରଖି ପଚରାଉଚରା କରାଯିବା ଦରକାର । କିନ୍ତୁ କୋର୍ଟ ରାଣାଙ୍କ ଏହି ଅନୁରୋଧକୁ ଖାରଜ କରିଦେଇଥିଲେ । ଉଭୟ ଅଭିଯୁକ୍ତଙ୍କୁ ଆଉ ଜେରା କରାଯିବା ଆବଶ୍ୟକ ନାହିଁ ବୋଲି କହିଥିଲେ । ଏହାପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଏମାନଙ୍କୁ ଚଳିତମାସ ୧୪ ତାରିଖରେ ଇଡି ଦ୍ୱାରା ଗିରଫ କରାଯାଇଥିଲା ।
ଇଡି ପକ୍ଷରୁ ହୋଇଥିବା ଅଭିଯୋଗ ମୁତାବକ ଦୁଇ ଅଭିଯୁକ୍ତ ପାଖାପାଖି ୧,୦୦୦ କୋଟି ଟଙ୍କା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା । କର୍ପୋରେଟ୍ ଋଣ ଖାତାରୁ ଏମାନେ ଏହି ଟଙ୍କା ବେଆଇନ ଭାବେ ଅନ୍ୟ ସ୍ଥାନାନ୍ତର କରି ଶେଷରେ ହଡ଼ପ କରିଥିଲେ । ଦିଲ୍ଲୀ ପୁଲିସ ଦ୍ୱାରା ପ୍ରଥମେ ଏ ନେଇ ମାମଲା ଦାଏର ହୋଇଥିଲା । ପରେ ଇଡି ଏହି ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେଇଥିଲା ।
Comments are closed, but trackbacks and pingbacks are open.