ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉରେ ଏକର ଏକର ଗଞ୍ଜେଇ ଗଛ ନଷ୍ଟ

Get real time updates directly on you device, subscribe now.

ଲମତାପୁଟ : କୋରାପୁଟ ଲମତାପୁଟ ବ୍ଲକ ରେ ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଚଡାଉରେ ୧୦୦ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ବାକି ରହିଥିବା ଗଛକୁ ସଧ୍ୟା ସୁଧା ନଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି ।
ସୂଚନାଯୋଗ୍ୟ ଯେ , ଆଜି ସକାଳ ସମୟରେ ଲମତାପୁଟ ବ୍ଲକ ର ମହାଡା ଗାଁ ନିକଟ ରେ ଅବକାରୀ ବିଭାଗ ଏବଂ ପୋଲିସ ମିଳିତଭାବେ ଚଡାଉ କରି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବନବିଭାଗ ଓ ମାଛକୁଣ୍ଡ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ସୁରକ୍ଷା ଦୃଷ୍ଟିରୁ ଊଠୠ ଓ ଜଚୠ ର ଫୋର୍ସ ମୁତୟନ କରାଯାଇଛି ।
ଗଞ୍ଜେଇ ଚୋରା ଚାଲାଣ ପାଇଁ ଚର୍ଚାରେ ରହିଆସୁଥିବା ଲମତାପୁଟ ବ୍ଲକ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ପୋଲିସ ର ସୂଚନା ଅନୁଯାଇ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ହେଲେ ଚାଷକୁ ନଷ୍ଟ କରିବାକୁ ପଡିବ । ସେଥିପାଇଁ ଆଜିଠାରୁ ଅପ୍ରେସନ ଗ୍ରୀନ ଆରମ୍ଭ ହୋଇଛି । ଉପାନ୍ତ ଅଞ୍ଚଳରେ ମାଓବାଦୀ ଙ୍କ ଦବଦବା ଥିବାରୁ ଅଞ୍ଚଳର ଚାଷୀ ଏହାର ଭଲ ଫାଇଦା ଉଠାଉଛନ୍ତି । ଗ୍ରାମ ନିକଟର ବିଲ ନିକଟରେ ବିନା ଭୟରେ ଗଞ୍ଜେଇ ଚାଷ କରିବାକୁ ସାହସ କରୁଛନ୍ତି । ଲମତାପୁଟ ବ୍ଲକ ଗଞ୍ଜେଇ ମଫିଆଙ୍କ ଆଡ୍ଡା ସ୍ଥଳି ହୋଇଥିବାରୁ ଏହା ଉପରେ ନଜର ରଖିଛନ୍ତି ବୋଲି ଜିଲ୍ଲୀ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons