ଦେବଗଡ : ଦେବଗଡ ଜିଲ୍ଲା କଣ୍ଟାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାକରମୁଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ଗଛରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମାକରମୁଣ୍ଡା ଗ୍ରାମର କିଛି ବ୍ୟକ୍ତି ନିକଟସ୍ଥ ଜଗନ୍ନାଥପୁର ଜଙ୍ଗଲକୁ ଗାଇ ଚରାଈବାକୁ ଯାଇଥିବା ବେଳେ ଗଛରେ ମହିଳାଙ୍କ ଗଳିତ ଶବ ଝୁଲୁଥିବା ଅବସ୍ଥାରେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।
ଦେବଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଛରୁ ଶବ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଛନ୍ତି । ମୃତ ମହିଳାଙ୍କ ବୟସ ୩୫ରୁ ୪୦ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଥିବାବେଳେ ତାଙ୍କର ପରିଚୟ ମିଳିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସନ୍ଦେହ କରାଯାଉଥିବାବେଳେ ଦେବଗଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Comments are closed, but trackbacks and pingbacks are open.