ପୁରୀ,(ବି.ବି.ବୁ୍ୟରୋ): ବଡ଼ଦାଣ୍ଡରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛନ୍ତି ବଡ଼ବଡ଼ିଆ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି କଟକଣା ସ୍ଥାନରେ ଗାଡ଼ି ଥୋଉଛନ୍ତି । ବାରିକେଡ଼୍ ପାଶ୍ୱର୍ରେ ରହୁଛି ମାଳ ମାଳ ଚାରିଚକିଆ । ଫଳରେ ଲୋକେ ଚଳପ୍ରଚଳ ପାଇଁ ସୃଷ୍ଟି ହେଉଛି ସମସ୍ୟା । ପୁଲିସ ମଧ୍ୟ ଏଭଳି ପରିସ୍ଥିତି ପାଇଁ ଅଭୟ ପ୍ରଦାନ କରୁଛି । ଭିଆଇପିଙ୍କୁ କିଏ ପଚାରିବ କହି ମୁହଁ ବୁଲାଇ ରହୁଛନ୍ତି କର୍ତ୍ତବ୍ୟରତ ସୁରକ୍ଷା କର୍ମୀ ।
ଶନିବାର ଅପରାହ୍ନରେ ଶ୍ରୀନଅର ସମ୍ମୁଖ ବଡ଼ଦାଣ୍ଡରେ ରହିଥିଲା ମାଳ ମାଳ ଭିଆଇପି ଗାଡ଼ି । ଦୀର୍ଘ ସମୟ ଧରି ଗାଡ଼ିଗୁଡ଼ିକ ରହିବାରେ ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଉକ୍ତ ରାସ୍ତାରେ ଦୁଇଚକିଆ ଯାନ ସହ ସାଧାରଣ ଲୋକେ ଚଳପ୍ରଚଳ ହେଉଛନ୍ତି । ବଡ଼ଦାଣ୍ଡ ମଧ୍ୟାଞ୍ଚଳକୁ ବାରିକେଡ଼୍ ମାଡ଼ିବସିଛି । ଉଭୟ ପାଶ୍ୱର୍ରେ ଯାତାୟତ ପାଇଁ ରାସ୍ତା ସଙ୍କୀର୍ଣ୍ଣ । ସେହି ଅଣଓସାରିଆ ସ୍ଥାନରେ ଏକାଧିକ ଗାଡ଼ି ରହିଥିଲା । ପୁଣି ୧୦ରୁ ଉଦ୍ଧ୍ୱର୍ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ମୁତୟନ ଥିଲେ । କିନ୍ତୁ କେହି ଉକ୍ତ ଗାଡ଼ିଚାଳକଙ୍କୁ ବାରଣ କରିବାକୁ ସାହାସ କରି ନଥିଲେ । ସାଧାରଣ ଲୋକେ ସୁରକ୍ଷା କର୍ମୀଙ୍କୁ ଜାଗ୍ରତ କରିଥିଲେ । ହେଲେ ସେମାନେ ନିଜକୁ ତଳ ପାହିଆ କର୍ମଚାରୀ କହିବା ସହ ବଡ଼ବଡ଼ିଆଙ୍କୁ କିଏ ପ୍ରଶ୍ନ କରିବ ବୋଲି କହି ମୁହଁ ବୁଲାଇ ଦେଇଥିଲେ ।
ତେବେ ଏହାକୁ ନେଇ ଦେଖଣାହାରୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ସେମାନଙ୍କ କହିବା କଥା ଏବେ ବି ଶ୍ରୀକ୍ଷେତ୍ରରେ ରହିଛି ନୂଆ ବର୍ଷର ମାହୋଲ । ଶ୍ରୀମନ୍ଦିରକୁ ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଲାଗୁଛି । ହେଲେ ବଡ଼ବଡ଼ିଆଙ୍କ ପାଇଁ ଭାଙ୍ଗୁଛି ନିୟମ । ବଡ଼ଦାଣ୍ଡରେ ଖୁଲମ୍ଖୁଲା ଟ୍ରାଫିକ୍ ପକ୍ଷପାତ ଚାଲୁଛି । ମାର୍କେଟ ଛକ ନିକଟରୁ ଆଗକୁ ଯିବାକୁ ଚାରିଚକିଆକୁ କଟକଣା ରହିଛି । ସର୍ବ ସାଧାରଣଙ୍କ ପାଇଁ ପୁଲିସ କରୁଛି କଟକଣା । ହେଲେ ଭିଆଇପିଙ୍କ ଚାପରେ ଚେପା ହୋଇଯାଉଛି ପୁଲିସ ।
ଏନେଇ ଜନୈକ ପୁଲିସ ଅଧିକାରୀ କୁହନ୍ତି ଭିଆଇପି ହେଲେ ମଧ୍ୟ ମାର୍କେଟ ଛକରୁ କଟକଣା ପାଳନ ହେଉଛି । ମାର୍କେଟ ଛକରେ ଗାଡ଼ି ଥୋଇ ଭିଆଇପିମାନେ ବ୍ୟାଟେରୀ ଚାଳିତ ଅଟୋରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚୁଛନ୍ତି ।
Comments are closed, but trackbacks and pingbacks are open.