ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ ରେ ପହଞ୍ଚôଥିବା ବେଳେ ନୂତନ ଭାବେ ଚିହ୍ନଟ ୯୧ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସେମାନଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇଛି । ଏହି ୯୧ ଟି କେସ୍ ମଧ୍ୟରୁ ଗୋଟିଏ ଆସିଛି କେନ୍ଦ୍ରାପଡ଼ାରୁ । ଆଉ ସେହି ବ୍ୟକ୍ତି ଜଣଙ୍କ ସୁରଟରୁ ଫେରିଥିଲେ ଏବଂ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଗଞ୍ଜାମରେ ଯେଉଁ ୧୫ ଜଣ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧୪ ଜଣ ସୁରଟରୁ ଫେରିଥିଲେ ଏବଂ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଅନ୍ୟ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତଙ୍କ ସଂପର୍କରେ ଆସିଥିଲେ । ବଲାଙ୍ଗିରର ୨ ଜଣ ସୁରଟରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ରେ ଥିଲେ । ସୁନ୍ଦରଗଡ଼ର ଜଣେ ବ୍ୟକ୍ତି ଆନ୍ଧ୍ରପ୍ରଦେଶରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ରେ ଥିଲେ । ସେଠାକାର ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ, ସେ ଜଣେ ୬୨ ବର୍ଷୀୟ ବୃଦ୍ଧା । ସମ୍ବଲପୁରରେ ଜଣେ ଚିହ୍ନଟ ହୋଇଥିବା ବେଳେ ସେ ଅହମ୍ମଦାବାଦରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ପୁରୀର ୭ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଆଉ ୩ ଜଣ ସୁରଟରୁ ଫେରିଥିଲେ । ଜଣେ ସ୍ଥାନୀୟ ଅଞ୍ଚଳର । ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଭଦ୍ରକରେ ଚିହ୍ନଟ ୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ସୁରଟରୁ ଫେରିଥିବା ବେଳେ ୮ ଜଣ ପଶ୍ଚିମବଙ୍ଗ, ୨ ଜଣ ମହାରାଷ୍ଟ୍ରର ଓ ଅନ୍ୟ ଜଣେ ହାଇଦ୍ରାବାଦରୁ ଫେରିଥିଲେ । ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଖୋର୍ଦ୍ଧାର ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁରଟରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର । କଟକର ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ଅହମଦାବାଦରୁ ୨ ଜଣ ସୁରଟରୁ ଜଣେ ପଞ୍ଚିମବଙ୍ଗରୁ ଓ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ ଏବଂ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । କେନ୍ଦୁଝରର ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁରଟରୁ , ଜଣେ ତାମିଲନାଡୁରୁ, ଜଣେ ଆନ୍ଧ୍ରପ୍ରଦେଶରୁ ଓ ଅନ୍ୟ ଜଣେ ପଶ୍ଚିମବଙ୍ଗରୁ ଫେରିଥିଲେ । ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ବାଲେଶ୍ୱରର ୧୭ ଜଣଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ସୁରଟରୁ ୩ ଜଣ ପଶ୍ଚିମବଙ୍ଗରୁ , ୧୦ ଜଣ ହାଇଦ୍ରାବାଦରୁ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ । ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର । ସୂଚନାଯୋଗ୍ୟ, ରାଜ୍ୟର ୮୨୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ସୁସ୍ଥ ହୋଇସାରିଲେଣି । ୬୨୭ ଜଣ ଚିକିତ୍ସାଧୀନ ଅଛନ୍ତି । ୪ ଜଣଙ୍କ ମୃତୁ୍ୟ ଘଟିଛି ।
Comments are closed, but trackbacks and pingbacks are open.