କାଲି ସନ୍ଧ୍ୟାରେ ବୁଲିବାକୁ ଯାଇଥିଲେ, ଆଜି ସକାଳେ ମିଳିଲା ମୃତଦେହ

Get real time updates directly on you device, subscribe now.

ବୀରମିତ୍ରପୁର, (ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲାରେ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଲାସେ ଗାଁରେ ଥିବା ନାଳରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ତାଙ୍କ ନାଁ ଜୋନାସ ସାଙ୍ଗେ ମେସ୍କା ମିଞ୍ଜ । ଗତକାଲି ସନ୍ଧ୍ୟାରେ ମେସ୍କା ଗାଁରେ ବୁଲାବୁଲି କରୁଥିଲେ । ହେଲେ ରାତିରେ ଘରକୁଫେରି ନଥିଲେ । ଆଜି ସକାଳେ କିଛି ଳୋକ ଗାଁ ନିକଟରେ ଥିବା ନାଳକୁ ଶୌଳ ହେବାକୁ ଯାଇଥିଲେ । ହେଲେ ନାଳରେ ମେସ୍କାଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ବୀରମିତ୍ରପୁର ପୋଲିସ ଓତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ନାଳରୁ ମୃତଦେହ ଉଦ୍ଧାର କରିଥିଲା । ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୋଲିସ ଏକଅପମୃତୁ୍ୟ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons