ଅନୁସୂଚିତ ଜାତି-ଆଦିବାସୀ ମୁହାଁମୁହିଁ

Get real time updates directly on you device, subscribe now.

ବାଲିଗୁଡ଼ା,(ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲାରେ ଆଦିବାସୀଙ୍କ ମେଳି ଦେଖିବାକୁ ମିଳିଛି । ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗଡମା, କୁଟଲାରୀ ଗାଁ ଓ ବାଘଦା ଅଞ୍ଚଳର ଶତାଧିକ ଆଦିବାସୀ ସାତ ଦିନ ତଳେ ସେହି ଅଞ୍ଚଳର ଅନୁସୂଚିତ ଜାତି ଲୋକଙ୍କ ପଟ୍ଟା ଜମିରେ ଜୋର ଜବରଦସ୍ତ ଚାଷ କରିଥିଲେ । ଯାହାର ଏକ ଭିଡିଓ ଏବେ ଜିଲ୍ଲାରେ ଭାଇରାଲ ହେବାରେଲାଗିଛି । ଫଳରେ ସେହି ଅଞ୍ଚଳରେଏବେ ଦୁଇ ଗୋÂୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଅଞ୍ଚଳର ଅନୁସୂଚିତ ଲୋକେ ଆଦିବାସୀଙ୍କ ବିରୋଧରେ ବ୍ରାହ୍ମଣୀ ଗାଁ ଥାନାରେ ଅଭିଯୋଗ କରିଛନ୍ତି । ବ୍ରାହ୍ମଣୀ ଗାଁ ପୋଲିସ ଅଭିଯୋଗ ପାଇବା ପରେ ଉକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି । ଏହାପରେ ଉଭୟ ଗୋÂୀଙ୍କ ମଧ୍ୟରେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଜଣାଯାଇଛି । ଅନ୍ୟପଟେ ଦାରିଙ୍ଗିବାଡି ତହସିଲଦାର ନୀତିଶ ତ୍ରିପାଠୀ ଘଟଣାର ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons