ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନ୍ୟୁଜ୍):ସଦର ଥାନା ଅନ୍ତର୍ଗତ ସୁବଳୟା ପକ୍ରାୟତର ହରିଜନପଡ଼ାରେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଛି । ସୁବଳୟା ପକ୍ରାୟତର ହରିଜନପଡ଼ାରେ ଉଦିତ ବାଗ ଓ ତାଙ୍କ ପତ୍ନୀ ସୁଶୀଲା ରହି ଆସୁଛନ୍ତି । ପ୍ରତ୍ୟେକ ଦିନ ଉଦିତ ମଦ୍ୟପାନ କରି ଘରକୁ ଆସି ସୁଶୀଲା ପିଟାପିଟି କରୁଥିଲେ । ଗତକାଲି ରାତିରେ ଉଦିତ ଅଧିକ ମଦ୍ୟପାନ କରି ମାତାଲ ଅବସ୍ଥାରେ ଘରକୁ ଆସିଥିଲେ । ସୁଶୀଲା ରୋଷେଇ କରିନଥିବାରୁ କାହିଁକି ରୋଷେଇ କରିନୁ ଏବେ କର ମୁଁ ଖାଇବି ବୋଲି କହିଥିଲେ । ତୁମେ ସବୁ ଦିନ ମଦପିଇ ଆସିବ ମୁଁ ରୋଷେଇ କରିବିନି, ତୁମେ ଖାଅ କି ନଖାଅ ମୋର କିଛି ଯାଏଆସେନି ବୋଲି କହିଥିଲେ । ଉଦିତ ରାଗି ଯାଇ ଗାଳିଗୁଲଜ କରି ଘରେ ଥିବା ଏକ ଠେଙ୍ଗାରେ ସୁଶୀଲାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ସୁଶୀଲା ଲହୁଲୁହାଣ ହୋଇ ତଳେ ପଡ଼ି ଯାଇଥିଲେ । ସୁଶୀଲାଙ୍କ ଚିକ୍ରାର ଶୁଣି ପାଖ ପଡ଼ୋଶୀ ସେଠାକୁ ଆସିବା ସମୟରେ ଉଦିତ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ତାଙ୍କୁ ଧରି ପକାଇ ପୁଲିସ୍କୁ ସୂଚନା ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହକ୍ରି ଉଦିତଙ୍କୁ ନିଜ ହେପାଜତକୁ ନେଇଥିଲା । ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍ ସେଠାକୁ ଯାଇ ଅଧିକ ତଦନ୍ତ କରିବା ପରେ ମୃତ ସୁଶୀଲାଙ୍କ ଶବ ବ୍ୟବଚ୍ଛେଦ ଲାଗି ପଠାଇଥିଲା । ପୁଲିସ୍ ଉଦିତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons