ରଥରେ ପିଟି ହୋଇ ବାଇକ୍ ଆରୋହୀ ମୃତ

Get real time updates directly on you device, subscribe now.

ପାପଡ଼ାହାଣ୍ଡି,(ବି.ବି.ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୁଣ୍ଡିଚା ମନ୍ଦିର ନିକଟରେ ରଥରେ ପିଟି ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ତୁମ୍ବର୍ଲା ପଞ୍ଚାୟତ ଗୋବର୍ଲା ଗାଁର ବାଞ୍ଛାନିଧି ନାଗଙ୍କ ପୁଅ କାର୍ଲସ ୱିଲ୍ସନ୍ ନାଗ ଓରଫ୍ ଲୁନା ।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଲୁନା ଏକ ବୁଲେଟ୍ରେ ପାପଡ଼ାହାଣ୍ଡିରୁ ଗୋବର୍ଲାକୁ ଫେରୁଥିଲେ । ଗୁଣ୍ଡିଚା ମନ୍ଦିର ନିକଟରେ କୌଣସି କାରଣରୁ ରଥରେ ପିଟି ହୋଇଯାଇଥିଲେ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ଦୁର୍ଘଟଣାରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ସମ୍ପର୍କରେ ପାପଡାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ବି ଏନ୍ ସେଠୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons