ଖୋର୍ଦ୍ଧା,(ବି.ବି.ନ୍ୟୁଜ୍): ବେଆଇନ୍ ପଥରଖାଦନ ଲୁଟ୍ ଘଟଣାରେ କ୍ରାଇମବ୍ରାଞ୍ଚ ଏସ.ଟି.ଏଫ ଟିମ୍ କିଛି ଦିନ ହେବ ସକ୍ରିୟ ହୋଇପଡ଼ିଛି ।ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଟିମ୍ ଅନେକ ପଥରମାଫିଆକୁ ନିଜ ପଞ୍ଝାକୁ ନେଇଥିବା ବେଳେ ଆଉ କେତେ ବେଳେ ଦୁର୍ଦ୍ଦାନ୍ତ ପଥରମାଫିଆଙ୍କ ଏନ କାଉଣ୍ଟର କରିବା ନଜିର ରହିଛି ।ଏଥିରେ କ୍ରାଇମବ୍ରାଞ୍ଚ ଏସି.ଟି.ଏଫ ଟିମ୍ ଅଧିକାୀ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ଫଳରେ କଥା କଥାରେ ସଦରଥାନା ଅଞ୍ଚଳରେ ଗୁଳିମାଡ଼ ଏବଂ ବୋମାମାଡ଼ ସାମାନ୍ୟ ହ୍ରାସ ପାଇଥିବା ବେଳେ ଏବେ ପଥରମାଫିଆ ମଧ୍ୟରେ ଏକ ପ୍ରକାର ଭୟରବାର୍ତ୍ତା ବରଣ ସୃଷ୍ଟି ହୋଇଛି ।ତେବେ ଗତ କାଲି ବେଆଇନ ପଥରମାଫିଆ ଧରିବାକୁ ଯାଇ କ୍ରାଇମବ୍ରାଞ୍ଚ ଏସ.ଟି.ଏଫ ବୋଲଗଡ ଅଞ୍ଚଳରୁ ଦଲେଇପୁଟ ଗ୍ରାମର ନିତୁ ଓରଫ ଧମେନ୍ଦ୍ର ମାନସିଂହ(୨୩)ଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଏହାର ଶ୍ରେୟ ନେବାକୁ ସଦର ପୁଲିସ ଏକ ପ୍ରକାର ପ୍ରତିଯୋଗିତା କରୁଥିବା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଚନା ହେଉଛି ।
ଘଟଣାରୁ ଜଣାଯାଇଛି ଗତ ବର୍ଷ ବାଜପୁର ଗ୍ରାମ ସ୍ଥିତ ଦୁର୍ଗାପୁର ବିଜେଡ଼ି ନେତା ପ୍ରକାଶ ରାଉତରାୟଙ୍କ ଘର ଉପରେ ବୋମାମାଡ ଼ଏବଂ ଚଳିତ ବର୍ଷ ୧୬ ନଂ ଜାତୀୟରାଜପଥର ଏସିସି ଛକ ଠାରେ କୈାଣାର୍କ ନଗର ପ୍ରତାବ ବଳିଆରସିଂହଙ୍କ ଉପକୁ କେହି ଦୁବୃର୍ତ୍ତ ଗୁଳିମାଡ଼ କରିଥିବା ସଦରଥାନାରେ ଅଭିଯୋଗ କରିଥିଲେ । ଗତବର୍ଷ ଜୁଲାଇ ମାସରେ ବିଜେଡ଼ି ନେତା ପ୍ରକାଶ ରାଉତରାୟଙ୍କ ପରିବାର ଲୋକେ ଜଙ୍କିଆ ଗ୍ରାମ ସ୍ଥିତ ଏକ ସମ୍ପର୍କୀୟ ଘରକୁ ଏକ ଦର୍ଶାହ କାର୍ଯ୍ୟରେ ଯୋଗଦାନ କରିବାକୁ ଯାଇଥିବା ବେଳେ କେହି ଦୁବୃର୍ତ୍ତ ୩ ଗୋଟି ପଲର୍ସର ଗାଡ଼ିରେ ଆସି ଗୁଳିମାଡ଼ କରିଥିଲେ । ଏ ଘଟଣାରେ ଶ୍ରୀ ରାଉତରାୟଙ୍କ ସାନଭାଇ ପ୍ରଭାତ ରାଉତରାୟ ବାଇକ ଜଳିଯାଇଥିବା ବେଳେ ତାଙ୍କ କାନ୍ଥରେ ଗୁଳିମାଡ଼ ହୋଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଥିଲା ।
ସେହିପରି ଚଳିତ ବର୍ଷ ଫେବୃଆରୀ ମାସରେ ଖୋର୍ଦ୍ଧା ଥାନା ଅନ୍ତର୍ଗତ କୈାଣାର୍କ ନଗର ପ୍ରତାପ ବଳିଆରସିଂହ ତାପଙ୍ଗ ସ୍ଥିତ କମ୍ପାନୀରୁ ନିଜ ଘରକୁ ଏକ କାରରେ ଫେରିଥିଲେ ।କିନ୍ତୁ ଘଟଣା ଦିନ ୧୬ ନଂ ଜାତୀୟ ରାଜପଥର ଓସିସି ଛକ ଠାରେ ନିତୁ ମାନସିଂହ ଏବଂ ତାଙ୍କର କେତକ ସହଯୋଗୀ ପ୍ରତାପଙ୍କ କାର ଅଟକାଇବା ସମେତ ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ ।ଏଥିରେ ପ୍ରତାପ ଗୁରୁତର ହୋଇଥିବା ବେଳେ ସଦରଥାନାରେ ପ୍ରତାପ ପତ୍ନୀ ରାଜଶ୍ରୀ ବଳିଆରସିଂହ ସଦର ଥାନାରେ ଅଭିଯୋଗ କରିଥିଲେ ।ତେବେ ଉପରୋକ୍ତ ଦୁଇ ମାମଲାର ନିତୁ ସମ୍ପୂକ୍ତି ନେଇ ଅଭିଯୋଗ ସତ୍ତେ୍ୱ ଦିର୍ଘ ଏକ ବର୍ଷ ହେବ ପୁଲିସ ନିତୁ ଖୋଜୁଥିବା ବିଫଳ ହୋଇଥିଲା ।ମାତ୍ର ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବେଆଇନ ଖଣିଖାଦନ ମାମଲାରେ ନିତୁଙ୍କ ସଂପୁକ୍ତି ଥିବା ନେଇ କ୍ରାଇମବ୍ରାଞ୍ଚ ଏସ.ଟି.ଏଫ ଟିମ୍ ସନ୍ଦେହ କରିଥିଲା ।ଗତକାଲି ନିତୁ ବୋଲଗଡ଼ ଅଞ୍ଚଳରେ ଥିବା ମାମୁଁ ଘରେ ଥିବା ନେଇ ଏସ.ଟି.ଏଫ ଚଢାଉ କରିବା ସମେତ ନିତୁ ସେଠାରୁ ଉଠାଇଆଣିଥିଲା । ମାତ୍ର ଖଣିସମ୍ପର୍କୀତ ମାମଲାରେ ହାଇକୋର୍ଟ ନୀତୁର ଗିରଫ ଉପରେ ରହିତା ଦେଷ ଦେଇଥିବାରୁ ଏସ.ଟି.ଏଫ ତାକୁ ସଦର ପୁଲିସ ଜିମା ଦେଇଥିବା ଜଣାଯାଇଛି ।ତେବେ ନିତୁ ଧରିବା ପଛରେ ସମସ୍ତ ଶ୍ରେୟ ଏସ.ଟି.ଏଫ ଥିବା କୁହାଯାଉଥିବା ବେଳେ ସଦରଥାନା ଅଧିକାରୀ ବିକ୍ରମ ଜେନା ପୁଲିସ ନିତୁ ଗିରଫ କରିଥିବା ଦମ୍ଭକ୍ତି ପ୍ରକାଶ କରିଛନ୍ତି ।ଅନ୍ୟ ପକ୍ଷରେ ଦିର୍ଘ ଏକ ବର୍ଷ ହେବ ନିତୁ ପୁଲିସ ଆଖିରେ ଧୂଳିଦେଇ ଚମ୍ପଟ ମାରିଥିବା ବେଳେ ଏସ.ଟି.ଏଫ ଧରିବା ପରେ ପୁଲିସ କେବଳ ବାହାବାହା ନେବାକୁ ଚେଷ୍ଟା କରୁଥିବା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଚନା ହେଉଛି ।
Comments are closed, but trackbacks and pingbacks are open.