ଟାଙ୍ଗୀ,(ବି.ବି.ନ୍ୟୁଜ୍): ଚାନ୍ଦପୁର ଗୋପବନ୍ଧୁ ନଗରରୁ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ସମ୍ପର୍କରେ ଅଭିଯୋଗ ହୋଇଛି । ରାକେଶ ଚୌଧୁରୀଙ୍କ ୮ ବର୍ଷର ଝିଅ ମିତାଲିଙ୍କୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅପହରଣକୁ ୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅପହରଣକାରୀଙ୍କୁ ଠାବ କରିବାରେ ବିଫଳ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ମିତାଲି ତାର ଛୋଟ ଭାଇ ସହିତ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ତାକୁ କେହି ଦୁର୍ବୃତ୍ତ ପ୍ରଲୋଭାନ ଦେଖାଇ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ଅପହରଣ ଘଟଣାର ଦୃଶ୍ୟ ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟର ସିସିଟିଭିରେ ରେକର୍ଡ ହୋଇଥିଲେ ମଧ୍ୟ ୨ ଦିନ ବିତିଯାଇଥିଲେ ବି ପୁଲିସ ଅପହରଣକାରୀଙ୍କ ଟେର ନ ପାଇବା ସାଧାରଣରେ ପୁଲିସର ଦକ୍ଷତାକୁ ପଦାରେ ପକାଇଛି । ତେବେ ଅପରାଧୀକୁ ତୁରନ୍ତ ଗିରଫ କରାଯାଇ ନାବାଳିକାକୁ ଉଦ୍ଧାର କରାଯିବ ବୋଲି ପୁଲିସ ପ୍ରତିଶୃତି ଦେଇଛି । ମିତାଲିଙ୍କ ଅପହରଣକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।
Comments are closed, but trackbacks and pingbacks are open.