ହିମିରିକା ଇନ୍, ଭାସ୍କର ଆଉଟ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦଳର ନୂଆ ଟିମ୍ ଘୋଷଣା କରିଛନ୍ତି । ଏଥିରେ ସ୍ଥାନ ପାଇଛନ୍ତି ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା । ୮ ଜଣ ବରିÂ ଉପସଭାପତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସେ । ହିମିରିକାଙ୍କ ଇନ୍ ପରେ ରାଜ୍ୟ ଉପସଭାପତି ପଦରେ ପୂର୍ବରୁ ରହିଥିବା ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଆଉଟ ହୋଇଛନ୍ତି । ଶ୍ରୀ ରାଓଙ୍କୁ ରାଜ୍ୟସ୍ତରର କୌଣସି ପଦବିରେ ସ୍ଥାନ ମିଳିନାହିଁ । ଯାହା ଭାସ୍କରଙ୍କ ପାଇଁ ଏକ ବଡ଼ ଝଟକା ବୋଲି ରାଜନୀତି ବିଶେଷଜ୍ଞମାନେ କହିଛନ୍ତି ।
ପୂର୍ବରୁ ଭାସ୍କର ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ରାଜ୍ୟ ଉପସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ । ନବୀନଙ୍କ ଗୁଡ୍ବୁକରେ ଥିବାରୁ ୨୦୧୬ରେ ଉପସଭାପତି ଭାବେ ମନୋନୀତ ହୋଇଥିଲେ । ତାଙ୍କ ସହିତ ରାଜ୍ୟସଭା ସାଂସଦ ମନୋନୀତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ବର୍ତ୍ତମାନ ନବୀନଙ୍କ ଟିମ୍ରେ ବରିÂ ଉପସଭାପତି ହୋଇଥିବା ବେଳେ ଭାସ୍କର ଏଥିରୁ ବାଦ୍ ପଡିଛନ୍ତି । ଏପଟେ ସାଧାରଣ ନିର୍ବାଚନରେ ପରାଜୟର ମୁହଁ ଦେଖିଥିବା ଶ୍ରୀ ହିମିରିକାଙ୍କ ପାଇଁ ପୁଣି ଆଗକୁ ବଢ଼ିବାର ଦ୍ୱାର ଖୋଲା ଯାଇଥିବା ଚର୍ଚ୍ଚା ହେଉଛି । ଶ୍ରୀ ହିମିରିକା ପୂର୍ବରୁ ବିଧାୟକ ହୋଇ ଥରେ ଉପବାଚସ୍ପତି ଏବଂ ଦୁଇଥର ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହୋଇଥିଲେ । କେସିସି ବ୍ୟାଙ୍କ ସଭାପତି ଭଳି ପଦରେ ବି ଅବସ୍ଥାପିତ ହୋଇଥିଲେ ।
୨୦୧୯ ସାଧାରଣ ନିର୍ବାଚନରେ ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହୋଇଥିଲେ ଶ୍ରୀ ହିମିରିକା । ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କଠାରୁ ହାରିଥିଲେ । ଏହାପରେ ତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଲା ବୋଲି ଗତ ଏକ ବର୍ଷ ଧରି ଖୁବ ଆଲୋଚନା ହେଉଥିଲା । ଏପରିସ୍ଥଳେ ସମସ୍ତ ଆଲୋଚନାକୁ ପଛରେ ପକାଇ ଶ୍ରୀ ହିମିରିକା ଦଳର ରାଜ୍ୟ ବରିÂ ଉପସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପଦ ହାସଲ କରିବାରେ ସଫଳ ହୋଇଛନ୍ତି । ଶାନ୍ତ, ସରଳ ସ୍ୱଭାବ ଲାଗି ତାଙ୍କୁ ନବୀନ ସର୍ବଦା ଲୋଡ଼ନ୍ତି । ଏଥିପାଇଁ ସେ ପୂର୍ବରୁ ଦଳର ରାଜ୍ୟ କୋଷାଧ୍ୟକ୍ଷ ଭଳି ପଦବିରେ ମଧ୍ୟ ରହିଥିଲେ । ବର୍ତ୍ତମାନ ରାଜ୍ୟ ଉପସଭାପତି ପଦ ତାଙ୍କୁ ମିଳିଛି । କୌଣସି ଏକ ସରକାରୀ ପଦରେ ତାଙ୍କୁ ନବୀନ ଅବସ୍ଥାପିତ କରିପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଜିଲ୍ଲାରେ ଖାଲି ପଡ଼ିଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରେ ଶ୍ରୀ ହିମିରିକାଙ୍କୁ ନିଯୁକ୍ତି ମିଳିପାରେ ବୋଲି କୁହାଯାଉଛି । କିନ୍ତୁ ଦଳ ଭିତରେ ଅନେକ ଆଶାୟୀ ଥିବାରୁ ଏହି ପଦ ଅଦ୍ୟାବଧି କାହାକୁ ଦିଆଯାଇନି । ଦୀର୍ଘ ଏକ ବର୍ଷରୁ ଅଧିକ ହେବ ଏହି ପଦ ଖାଲି ପଡିଛି । ଏଣୁ ହିମିରିକାଙ୍କୁ ଏହି ପଦରେ ଅବସ୍ଥାପିତ କରାଇ ସ୍ୱାଧୀନ ବିଧାୟକ ଶ୍ରୀ ମୁଦୁଲିଙ୍କୁ ଚେକ୍ ଦେବାର କାର୍ଯ୍ୟ ନବୀନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons