ଜୀବନ,ଯୌବନ ଶିକୁଳିରେ ବନ୍ଧା

Get real time updates directly on you device, subscribe now.

ଚାନ୍ଦବାଲି, (ବି.ବି.ନୁ୍ୟଜ୍): ଶିକୁଳିରେ ବନ୍ଧା ହୋଇଛି ଭେଣ୍ଡିଆ ପୁଅର ଜୀବନ ଓ ଯୌବନ । ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନୂଆ ଧାମରାଗାଁର ପରମାନନ୍ଦ ବେହେରାଙ୍କ ପୁଅ ପ୍ରକାଶ ବେହେରା । ଗୋଡରେ ବେଡି ପକାଇ ବାନ୍ଧି ରଖିଛନ୍ତି ତାଙ୍କ ପରିବାର ଲୋକେ । ପ୍ରକାଶ ବାପା ମାଆଙ୍କର ବଡ ପୁଅ । ବାପା ମାଆଙ୍କ ଆଶା ଥି୍ଲା ବାର୍ଦ୍ଧକ୍ୟରେ ଭେଣ୍ଡିଆ ପୁଅ ତାଙ୍କୁ ସାହା ହେବେ । ଏବେ ପୁଅ ବାପା ମାଆଙ୍କ ଚିନ୍ତା ବଢାଇଛି । ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ଭଦ୍ରକ ଠୁଁ କଟକ ବଡ ମେଡିକାଲ ପର୍ଯ୍ୟନ୍ତ ନିଆଯାଇଛି । ଏଥତ୍ପାଇଁ ପାଖରେ ଯାହା ଅର୍ଥ ଥି୍ଲା ଏବଂ ଧାର କରଜ କରି ଖର୍ଚ୍ଚ ବି କରିଛନ୍ତି । ରୋଗ ନ କମିବାରୁ ବାପା ମାଆ ପୁଅର ପାଗଳାମିକୁ ରୋକିବା ପାଇଁ ବାଧ୍ୟ ହୋଇ ପାଦରେ ଶିକୁଳି ପକାଇଛନ୍ତି । ଘରୁ ବାହାରି କାଳେ କିଛି ଅଘଟଣ ଘଟାଇବ ବା କାହାକୁ ମାରପିଟ କରିବ ସେହି ଭୟରେ ତାକୁ ବାନ୍ଧି ରଖିଛନ୍ତି । ସେଇଠି ଚାଲୁଛି, ଖାଉଛି, ଝାଡା ପରିସ୍ରା ବି ଯାଉଛି । ଆଉ ବୁଢୀ ମାଆ ଭେଣ୍ଡିଆ ପୁଅର ସବୁ କାମ କରୁଛି । ପ୍ରକାଶଙ୍କ ବାପା ଜଣେ ଦିନ ମଜୁରିଆ । ଯାହା ମୂଲ ଲାଗି ଆଣନ୍ତି ସେଥିରେ ଘରର ୪ ପ୍ରାଣି ଚଳି ଯାଆନ୍ତି । ପୁଅ ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ବାପା ଆଉ କାମଧନ୍ଦାକୁ ଯାଇ ପାରୁନାହିଁ । ପୁଅକୁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ନେଇ ମାସ ମାସ କାଳ ଡାକ୍ତରଖାନାରେ ସମୟ କାଟିଛି । ଗୋଟିଏ ପଟେ ପରିବାରର ଚିନ୍ତା ଅନ୍ୟପଟେ ପୁଅର ଚିନ୍ତା । ଯାହା ସଞ୍ଚିିତ ଥିଲା ସବୁ ପୁଅର ଚିକିତ୍ସାରେ ସରିଗଲାଣି । ମାସକୁ ୩ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ଔଷଧ ପୁଅ ପାଇଁ ଦରକାର ହେଉଛି । ରୋଜଗାର ନଥିବା ବେଳେ ଏତେ ଟଙ୍କା କଉଠୁ ବା ପାଇବେ ବୃଦ୍ଧ ବାପା ମାଆ । ଗାଁ ଲୋକେ ଚିକିତ୍ସା ପାଇଁ କିଛି ସହଯୋଗ କରିଛନ୍ତି ଯାହା ସମୁଦ୍ରକୁ ଶଙ୍ଖେ । ପ୍ରକାଶଙ୍କ ଚିକିତ୍ସା ପାଇଁ ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons