ଚକ, ଅଖ ଥାକ ହେଲା

0

Get real time updates directly on you device, subscribe now.

ପୁରୀ,(ବି.ବି.ବ୍ୟୁରୋ): ରଥ ଖଳାରେ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଙ୍ଗଳବାର ସମ୍ପନ୍ନ ହୋଇଛି । ରଥର ଚକ ସହ ଅଖ ସଂଯୁକ୍ତ କରାଯାଇ ଚକ, ଅଖ ଥାକ କରାଯାଇଛି । ଅପରାହ୍ନରେ ତାଳଧ୍ୱଜର ୧୪ ଚକ ସହିତ ୭ଅଖ ଡ଼େରା ସରିଛି । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇସେବକମାନେ ଏହି କାର୍ଯ୍ୟ କରିଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି । ସନ୍ଧ୍ୟା ସୁଦ୍ଧା ତିନି ରଥର ଚକ-ଅଖ ଡ଼େରା ସରିଛି ।
ଦେବସ୍ନାନ ପୂର୍ଣ୍ଣିମାରେ ରଥରେ ଚାରି ନାହାକା ଉଠିବାର ପରମ୍ପରା ରହିଛି । ବିଶ୍ୱକର୍ମାମାନେ ଚକରେ ଦାଗ ଦେଇ ନମ୍ବରିଂ କରିଥିଲେ । ସେହି ଅନୁସାରେ ଭୋଇସେବକମାନେ ନିଜସ୍ୱ କୌଶଳରେ ଚକରେ ଅଖ ସଂଯୁକ୍ତ କରି ଚକ, ଅଖ ଡେରା ବିଧି ସମ୍ପନ୍ନ କରିଥିଲେ । ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥର ଚକ-ଅଖ ଡ଼େରା ସରି ଯାଇଛି । ଦଣ୍ଡା ହଣା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗରଗରା କାଠ ହଣା ଚାଲିଛି । ନିରାଡ଼ିରେ ବିନ୍ଧ ହେଉଛି । ଦଣ୍ଡା କାମ ସରିଲେ ବଡ଼ଦାଣ୍ଡରେ ଫ୍ରେମ୍ ତିଆରି ହେବ । ପରେ ଦଣ୍ଡା ଖୋଲି ପୁଣି ଅଖରେ ଲଦାଯାଇ ରଥର ମୂଳଦୁଆ ପଡ଼ିବ ବୋଲି ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

Show Buttons
Hide Buttons