ଜଟଣୀ,(ବି.ବି.ନ୍ୟୁଜ୍): ଘର ତାଲା ଭାଙ୍ଗି ଚୋରି କରିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ଦୁଇ ସିନ୍ଧିଚୋରଙ୍କୁ ଗିରଫ କରିଛି । ସେମାନେ ହେଲେ ଜଟଣୀ ଭୀମପୁର ଭୋଇସାହିର କାହ୍ନୁ ଓରଫ ଗୋବିନ୍ଦ ମାୟାଂ(୨୩) ଓ କାଳିଆ ଓରଫ ରୁସନ୍ ନାୟକ(୨୩) । ପୁଲିସ ଦୁହିଁଙ୍କ ଠାରୁ କିଛି ସୁନା-ରୁପା ଅଳଙ୍କାର, ଗୋଟିଏ ପାଣି ମୋଟର ଜବତ କରିଛି ।
ପୁଲିସ ସୂଚନା ଅନୁଯାୟୀ, ଜଟଣୀ ଉପରବସ୍ତିରେ ରହୁଥିବା ଶାନ୍ତିଲତା ଦାସ ଜୁନ୍ ୨୩ ତାରିଖ ସନ୍ଧ୍ୟାରେ ଘରେ ତାଲା ପକାଇ କୌଣସି କାମରେ ବାହାରକୁ ଯାଇଥିଲେ । ସେ ଫେରିବା ବେଳକୁ ତାଙ୍କ ଘର ତାଲା ଭଙ୍ଗା ଯାଇଥିଲା । ଦୁର୍ବୃତ୍ତମାନେ ତାଙ୍କ ଘର ଆଲମିରା ତାଡ଼ି ସୁନା-ରୁପା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଓ ଏକ କିର୍ଲୋସ୍କର ପାଣି ମୋଟର ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ । ତେଣୁ ସେ ଏନେଇ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଗତକାଲି ରାତିରେ ପୁଲିସ କାହ୍ନୁ ଓ କାଳିଆଙ୍କୁ ଗିରଫ କରିବା ସହ ଚୋରି ଜିନିଷ ଜବତ କରିଥିଲା । ଆଜି କାହ୍ନୁ ଓ କାଳିଆଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।


Comments are closed, but trackbacks and pingbacks are open.