ପୁରୀ ବସଷ୍ଟାଣ୍ଡରେ ଆଦିବାସୀ ନାବାଳିକାଙ୍କୁ ବଳାକ୍ରାର

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ପୁରୀ ପାଇଁ ଲଜ୍ଜା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ସୁରକ୍ଷା ଦେବାକୁ ଉପସ୍ଥିତ ମାଳ ମାଳ ପୁଲିସ । ତଥାପି ଘଟିଗଲା ବର୍ବରୋଚିତ କାଣ୍ଡ । ଗୁଣ୍ଡିଚା ମନ୍ଦିରଠାରୁ ମାତ୍ର ୧୦୦ ମିଟର ଦୂର ବସ୍ଷ୍ଟାଣ୍ଡ ଭିତରେ ଆଦିବାସୀ ନାବାଳିକାଙ୍କୁ ବଳାକ୍ରାର । ରଥଯାତ୍ରା ଦେଖିବାକୁ ଡାକି ଆଣି ବଳାକ୍ରାର କଲା ଯୌନପିପାଷୁ ଧରମ ଭାଇ । ଏସି ବସ୍ ଡୋର୍ ବନ୍ଦ କରି ଧରମ ଭଉଣୀର ଇଜ୍ଜତ ଲୁଟିନେଲା ବସ୍ ହେଲ୍ପର । ଯାହାକୁ ନେଇ ସାରା ଶ୍ରୀକ୍ଷେତ୍ରରେ ଖେଳିଛି ଆଲୋଡ଼ନ । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ମଙ୍ଗଳବାର ଏନେଇ ‘ପ୍ରମେୟ’ରେ ଖବର ପ୍ରକାଶ ପାଇଛି । ପରେ ପୁଲିସ ଅଭିଯୁକ୍ତ ବସ୍ ହେଲ୍ପର୍ ନାରାୟଣ ମଲ୍ଲିକ (୩୪)କୁ ଗିରଫ କରିଛି । ନାରାୟଣର ଘର ଗୋପ ଥାନା ଅଧୀନ ଜାଉଁଳିପୋଖରୀ ଚଣ୍ଡୀବ୍ରହ୍ମପୁର ଗାଁରେ । ପୀଡ଼ିତା ନାବାଳିକାଙ୍କ ଘର କେନ୍ଦୁଝର ବୋଲି ଜଣାପଡ଼ିଛି ।
ସୋମବାର ରାତି ୧୧ଟା । ବସ୍ଷ୍ଟାଣ୍ଡରେ ପାର୍କିର୍ଂ ହୋଇଥିଲା ବସ୍ ‘ଚନ୍ଦ୍ରମା’ (ତୁଷାର୍ ତାଜ୍) । ବସ୍ର ଡୋର୍ ଓ ସମସ୍ତ ଝରକା ବନ୍ଦ ଥିଲା । ହଠାତ୍ ଡୋର୍ ଖୋଲି ବାହାରକୁ ଚାଲି ଆସିଥିଲେ ୧୬ ବର୍ଷ ବୟସର ସେହି ନାବାଳିକା । ଚିକ୍ରାର କରି କାନ୍ଦିଥିଲେ । ଭୟରେ ଥରୁଥିଲେ । କିନ୍ତୁ ତାର କାନ୍ଦ କେହି ଶୁଣି ପାରୁ ନ ଥିଲେ । କାରଣ ରଥଯାତ୍ରା ଚାଲିଥିବାରୁ ବସ୍ଷ୍ଟାଣ୍ଡ ପାଶ୍ୱର୍ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସେମାନଙ୍କ କୋଳାହଳ ଓ ହରିନାମ ସଂକୀର୍ତ୍ତନରେ ଉଛୁଳି ପଡୁଥିଲା ଅଞ୍ଚଳ । ତେଣୁ କାହାରିକୁ ଶୁଭୁନଥିଲା ନାବାଳିକାଙ୍କ କରୁଣ ଚିକ୍ରାର । ଦୀର୍ଘ ସମୟ ଧରି ବସ୍ଷ୍ଟାଣ୍ଡ ପରିସରରେ ବୁଲି କାନ୍ଦୁଥିଲେ ନାବାଳିକା । ରାତି ପ୍ରାୟ ୧୨ଟାରେ କିଛି ଲୋକଙ୍କ ନଜରକୁ ଆସିଥିଲେ ପୀଡ଼ିତା । ତାଙ୍କୁ ଉଦ୍ଧାର କରି ଲୋକେ ଆମ ପ୍ରତିନିଧିଙ୍କୁ ରାତି ସାଢେ ୧୨ଟାରେ ଖବର ଦେଇଥିଲେ । ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଭେଟିଥିଲେ ।
ପୀଡ଼ିତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । କାନ୍ଦି କାନ୍ଦି କହୁଥିଲେ ବନ୍ଦ ବସ୍ ଭିତରେ ଘଟିଥିବା ବର୍ବର କାଣ୍ଡ । ଆଉ କହିଥିଲେ ଅଭିଯୁକ୍ତ ଥିଲା ତାଙ୍କ ଧରମ ଭାଇ । ଏନେଇ ଆମ ପ୍ରତିନିଧି ରାତି ୧ଟାରେ ଏସ୍ପି, ଅତିରିକ୍ତ ଏସ୍ପି ଓ ସିଟି ଡିଏସ୍ପିଙ୍କୁ ଖବର ଦେଇଥିଲେ । ଖବର ପାଇ ଏକ ଘଣ୍ଟା ବିଳମ୍ବ ତଥା ରାତି ୨ଟା ୧୫ରେ ପୁଲିସ ପହଞ୍ଚିଥିଲା । ପୀଡ଼ିତାଙ୍କୁ ଉଦ୍ଧାର ପରେ ଅଭିଯୁକ୍ତ ନାରାୟଣକୁ ବସ୍ ଭିତରୁ କାବୁ କରିଥିଲା । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଦଫା ୩୭୬ ଓ ୪ ପୋକ୍ସୋ ଆକ୍ଟ ବଳରେ ମାମଲା (ନଂ-୧୩୭/୧୯) ରୁଜୁ କରି ଅଭିଯୁକ୍ତ ନାରାୟଣକୁ ଗିରଫ କରିଛି ପୁଲିସ । ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଛି । ପୀଡ଼ିତାଙ୍କୁ ପୁଲିସ ସ୍ୱାଧାର ହୋମ୍ରେ ଛାଡ଼ିଥିବା କହିଛନ୍ତି ଥାନା ଭାରପ୍ରାପ୍ତ ଅଧିକାରୀ ସୁଜିତ୍ କୁମାର ଦାସ । ନାବାଳିକା ଜଣକ ଗତବର୍ଷ ଦଶମ ପାଶ୍ କରିଥିଲେ । ପରେ ଭୁବନେଶ୍ୱର ସ୍ଥିତ ଏକ ଅନୁଷ୍ଠାନରେ ତାଲିମ୍ ନେଇଥିଲେ । ସମ୍ପୃକ୍ତ ଅନୁଷ୍ଠାନର ଜଣେ ସଦସ୍ୟ ତାଙ୍କୁ ଚାକିରି ଦେବ ବୋଲି କହି ମାଳତୀପାଟପୁର ନିକଟସ୍ଥ ଏକ ୱାଟର୍ ପାର୍କରେ ଛାଡ଼ିଥିଲେ । ନାବାଳିକା ସେହି ୱାଟର୍ ପାର୍କରେ କାମ କରୁଥିଲେ । କିଛି ଦିନ କାମ କରି ଅସୁସ୍ଥତା ଯୋଗୁଁ ଗତ ଜୁନ୍ ୨୯ ତାରିଖରେ ଘରକୁ ଫେରିଥିଲେ । ସେ ଏହି ଚନ୍ଦ୍ରମା ବସ୍ରେ ଭୁବନେଶ୍ୱର ଯିବାବେଳେ ସେଥିରେ ହେଲ୍ପର୍ ଥିଲା ନାରାୟଣ । ସେହିଦିନ ହେଲା ପରିଚିତ । ବସ୍ରେ ମୋବାଇଲ୍ ନମ୍ବର ଦିଆନିଆ ହେଲା । ସେହିଠାରୁ ସାଜିଲା ଧରମ ଭାଇ । ଭଉଣୀ ବୋଲି କହି ମୋବାଇଲ ଫୋନ୍ରେ ରଖିଥିଲା ଯୋଗାଯୋଗ । ଅସୁସ୍ଥ ଥିବା ନାବାଳିକା ଘରେ ରହି କିଛି ଦିନ ପରେ ସୁସ୍ଥ ହୋଇଥିଲେ । ରଥଯାତ୍ରା ଦେଖିବାକୁ ନାବାଳିକାକୁ ପୁରୀ ଆସିବା ପାଇଁ ବାଧ୍ୟ କଲା ନାରାୟଣ । ତେଣୁ ଡ୍ୟୁଟିରେ ଯୋଗ ଦେବାକୁ ଘରୁ ବାହାରି ଆସିଥିଲେ ନାବାଳିକା । ସୋମବାର ସନ୍ଧ୍ୟା ୫ଟାରେ ଭୁବନେଶ୍ୱର ରସୁଲଗଡ଼ରୁ ତାଙ୍କୁ ବସ୍ରେ ବସାଇ ଆଣିଥିଲା ନାରାୟଣ । ମାଳତୀପାଟପୁରରେ ଓହ୍ଲାଇବାକୁ ଜିଦ୍ ଧରିଥିବା ନାବାଳିକାଙ୍କୁ ରଥ ଦେଖି ଫେରିବାକୁ ସେ ବାଧ୍ୟ କରିଥିଲା । ରାତି ୮ଟାରେ ପୁରୀରେ ପହଞ୍ଚିଥିଲା ବସ୍ । ରାତି ଖାଦ୍ୟ କିଣି ଆଣି ତାଙ୍କୁ ଖାଇବାକୁ ଦେଇଥିଲା ନାରାୟଣ । ପରେ ଏସି ଲଗାଇ ବସ୍ ପଛ ସିଟ୍ରେ ଶୋଇବାକୁ କହିଥିଲା । ସକାଳେ ନେଇ ୱାଟର ପାର୍କରେ ଛାଡ଼ିଦେବ ବୋଲି ମଧ୍ୟ କହିଥିଲା । ରାତି ୧୧ଟାରେ ନାବାଳିକା ଶୋଇପଡ଼ିଥିବା ବେଳେ ନାରାୟଣ ତାଙ୍କ ପୋଷାକ ଖୋଲି ବଳାକ୍ରାର କରିଥିବା ପୁଲିସକୁ କହିଛନ୍ତି ପୀଡ଼ିତା । ପୁଲିସ ଉଦ୍ଧାର କରିବା ପରେ ପୀଡ଼ିତାଙ୍କୁ ନେଇ ବସ୍ ଚିହ୍ନଟ କରିବା ପରେ ଭିତରେ ଥିବା ନାରାୟଣକୁ କାବୁ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons