ଗ୍ୟାସ ସିଲିଣ୍ଡରରେ ନିଆଁ : ପରିବାରର ୪ ପୋଡ଼ି ଗୁରୁତର

0

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନ୍ୟୁଜ୍): ରୋଷେଇ କରୁଥିବା ବେଳେ ଗ୍ୟାସରୁ ନିଆଁ ବାହାରି ଗୋଟିଏ ପରିବାରର ୪ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଓ ୨ଜଣ ଶିଶୁ ଅଛନ୍ତି । ଆହତମାନେ ହେଲେ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ୟୁସୁଫପୁର ଗ୍ରାମର ରେହା ଖାତୁନ, ତାଙ୍କ ୬ ବର୍ଷର ଝିଅ ଫରିଦା ଖାତୁନ, ସମ୍ପର୍କୀୟ ମିର୍ଜା ଓ ଦିଅର ସେକ ଅବଦୁଲ ।
ପ୍ରଥମେ ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ, ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ରେହା ରୋଷେଇ କରୁଥବବା ବେଳେ ହଠାତ୍ ରନ୍ଧନ ଗ୍ୟାସରୁ ଗ୍ୟାସ ଲିକ୍ ହୋଇ ସେଠାରେ ନିଆଁ ଲାଗି ଯାଇଥିଲା । ଫଳରେ ରେହାଙ୍କ ସମେତ ନିକଟରେ ଥିବା ମିର୍ଜା ଓ ଫରିଦା ପୋଡ଼ି ହୋଇଯାଇଥିଲେ । ନିଆଁ ଲାଗିଥିବ ଦେଖି ରେହାଙ୍କ ଦିଅର ସେମାନଙ୍କୁ ରକ୍ଷା କରିବାକୁ ଯାଇ ମଧ୍ୟ ଗୁରୁତର ଆହତ ହୋଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

Show Buttons
Hide Buttons