ସାପ କାମୁଡ଼ାରେ ମହିଳା ମୃତ

0

Get real time updates directly on you device, subscribe now.

ଦିଗପହଣ୍ଡି,(ବି.ବି.ନ୍ୟୁଜ୍): ସାନଖେମୁଣ୍ଡି ବ୍ଳକ୍ ଗୌତୁମି ଗ୍ରାମ ଲେଙ୍କା ସାହିର ସଜନୀ ଲେଙ୍କା (୫୫) ନାଗ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଗୁରୁତର ମହିଳା ଚିକିତ୍ସାଧିନ ଅବସ୍ଥାରେ ଆଜି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିôବା ଜଣାପଡ଼ିଛି । ସରପଞ୍ଚ ସୁଶାନ୍ତ କୁମାର ସ୍ୱାଇଁ ଘଟଣା ସମ୍ପର୍କରେ ବ୍ରହ୍ମପୁର ସଦର ଥାନାରେ ଏତଲା ଦେଇଛନ୍ତ । ସଦରଥାନା ପୁଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବହ୍ମପୁର ବଡ଼ ମେଡିକାଲ୍ ପଠାଇଛି । ମିଳିଥିବା ଖବର ଅନୁସାରେ ସଜନୀ ଘରେ ଶୋଇଥିବା ବେଳେ ଆଜି ପାହାନ୍ତିଆରେ ନାଗସାପ କାମୁଡ଼ି ଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

Show Buttons
Hide Buttons