ପୁରୀ,(ବି.ବି.ବ୍ୟୁରୋ): ଉକ୍ରଳ ସମ୍ରାଟ ଓଡ଼ିଆଙ୍କ ରାଷ୍ଟ୍ରଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଅସନ୍ତାକାଲି ଶନିବାର ଦିନ ରଥ ଉପରେ ବଡ଼ତଢ଼ାଉ ବେଶରେ (ସୁନାବେଶ) ଭକ୍ତଙ୍କୁ ଦର୍ଶନ ଦେବେ । ବାହୁଡା ଯାତ୍ରାରେ ତିନି ରଥ ସିଂହଦ୍ୱାର ଲାଗିବା ପରେ ସୁନାବେଶ ଦର୍ଶନ ପାଇଁ ପ୍ରସ୍ତୁତି ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇ ଯାଇଛି । ଏହି ସୁନାବେଶରେ ବାହାର ରତ୍ନଭଣ୍ଡାରରୁ ଦୁର୍ମୂଲ୍ୟ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ମଣତିରେ ଅଣ।।ଯିବ । ଏହି ସୁବର୍ଣ୍ଣ ଆଭୂଷଣକୁ ତିନି ରଥରେ ବିଜେ ଠାକୁରମାନଙ୍କୁ ଲାଗି କରାଯିବ । ସୁନାବେଶ ପଛରେ ଗଜପତି ମହାରାଜାଙ୍କ ଦକ୍ଷିଣାତ୍ୟ ବିଜୟର ଇତିହାସ ଯୋଡି ରହିଛି ।
ରଥ ଉପରେ ମେକାପ ସର୍ବାଙ୍ଗ ପରେ ଅପରାହ୍ନ ଚାରିଟାରୁ ସାଢ଼େ ପାଞ୍ଚଟା ମଧ୍ୟରେ ମହାପ୍ରଭୁଙ୍କୁ ସୁନାବେଶ ଅଭୂଷଣ ଲାଗି ହେବ । ବେଶ ଆରମ୍ଭ ପର ଠାରୁ ଭକ୍ତମାନେ ସୁନାବେଶ ଦର୍ଶନର ସୁଯୋଗ ପାଇ ପାରିବେ ।
ସୁନାବେଶ ବେଶରେ ଶ୍ରୀବିଗ୍ରହ ରଥ ଉପରେ ଝଲସି ଉଠିବେ । ରଥ ଉପରେ ମହାପ୍ରଭୁଙ୍କ ଏହି ଅଲଭ୍ୟ ଦର୍ଶନରେ ବାଧା ସୃଷ୍ଟି ନ କରିବାକୁ ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି । ସୁନାବେଶ ଦର୍ଶନରେ ଅବରୋଧ କରିବା ସେବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ରଥଯାତ୍ରା ବ୍ୟବସ୍ଥାବଳୀରେ ସୂଚନା ରହିଛି । ସଅଳ ନୀତି ଯୋଗୁ ବାହୁଡ଼ା ରଥ ଟାଣି ପାରି ନଥିବା ଭକ୍ତମାନେ ଆଜି ପୁରୀରେ ଅଟକି ରହିଛନ୍ତି । ପାଗ ଅନୁକୂଳ ରହିଲେ ତେଣୁ କରି ଦର୍ଶନାର୍ଥୀଙ୍କ ଭକ୍ତ ସଂଖ୍ୟା ଆସନ୍ତାକାଲି ଆହୁରି ବଢ଼ିବାର ଆଶା କରାଯାଉଛି । ଏହି ପୃଷ୍ଠଭୂମିକୁ ଆଧାର କରି ପାଖାପାଖି ଦଶ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଆସିବା ନେଇ ପୁଲିସ ଏବଂ ପ୍ରଶାସନ ଆକଳନ କରିଛି ।
ଏହି ଭିଡ଼କୁ ଦେଖି ଦର୍ଶନ ବ୍ୟବସ୍ଥା କରାଯାଉଛି । ସେହିଭଳି ଏହି ଦର୍ଶନାର୍ଥୀଙ୍କ ଯାନବାହାନ ଭିଡ଼ ପରିପ୍ରେକ୍ଷୀରେ ଟ୍ରାଫିକ୍ କଟକଣା କଡାକଡି କରାଯାଇଛି । ସହରର ବିଭିନ୍ନ ତଳି ଅଞ୍ଚଳରେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାର୍କିଂ ବ୍ୟବସ୍ଥା ହୋଇଛି । ସୁନାବେଶ ଦର୍ଶନ ବେଳେ ବଡ଼ଦଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଗଳିକୁ ସିଲ୍ କରିବାକୁ ପୁଲିସ ପ୍ରସ୍ତୁତି କରୁଛି । ସେହିଭଳି ଭକ୍ତଙ୍କ ଗହଳିକୁ ଦେଖି ସମଗ୍ର ସହରକୁ ସିସିଟିଭି କ୍ୟାମେରା ନଜର ରଖାଯିବ ।
ରଥ ଉପରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ସନ୍ଧ୍ୟା ଆଳତି ପ୍ରସ୍ତୁତି ହେବ । ଏହି ନୀତି ଶେଷ ହେବା ପରେ ଅପରାହ୍ନ ୪ଟାରେ ଶ୍ରୀଜିଉଙ୍କ ସୁନାବେଶ ଆଭୂଷଣ ଲାଗି ଆରମ୍ଭ ହେବ । ଦେଢ଼ ଘଣ୍ଟା ମଧ୍ୟରେ ସୁନାବେଶ ଅଳଙ୍କାର ଆଭୂଷଣ ଲାଗି ଶେଷ ହେବ । ରଥ ଉପରେ ସନ୍ଧ୍ୟା ଧୂପବଢ଼ିବା ପରେ ରାତି ଏଗାରଟାରେ ସୁନାବେଶ ଓଲାଗି ଅ।।ରମ୍ଭ ହେବ । ପ୍ରଶାସନର ଏହି ସୂଚନା ମୁତାବକ ରାତି ଏଗାରଟା ପର୍ଯ୍ୟନ୍ତ ପ୍ରଭୁଙ୍କ ସୁନାଦେଶକୁ ଭକ୍ତମାନେ ଦର୍ଶନ କରି ପାରିବେ । ରଥ ଉପରେ ଶୁକ୍ରବାର ରାତିରେ ହରିଶୟନ ନୀତି ସମ୍ପନ୍ନ ହୋଇଛି ।


Comments are closed, but trackbacks and pingbacks are open.