ନିଅାଁ ଲାଗି ଯୁବତୀ ଜୀବନ୍ତ ଦଗ୍ଧ

Get real time updates directly on you device, subscribe now.

କୋକସରା,(ବି.ବି.ନୁ୍ୟଜ): ରନ୍ଧନ ଗ୍ୟାସ୍ ସିଲିଣ୍ଡର ଲିକେଜ୍ କାରଣରୁ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁରେ ଆଜି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ବଳି ପଡ଼ିଛନ୍ତି ଜଣେ ୨୨ ବର୍ଷୀୟା ଯୁବତୀ । ମୃତ ଯୁବତୀ ଜଣକ ହେଲେ ଖପ୍ରାମାଲ ଗାଁର କାମେଶ୍ୱର କନ୍ଦପାନଙ୍କ ଝିଅ ଟ୍ୱିଙ୍କଲ ।
ସୂଚନାମତେ, ଯୁକ୍ତ ଦୁଇ ଶ୍ରେଣୀ ଛାତ୍ରୀ ଟ୍ୱିଙ୍କଲ ଆଜି ସକାଳୁ ରୋଷେଇ ଘରେ ଥିବା ସମୟରେ ହଠାତ୍ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା । ହୁତୁହୁତୁ ହୋଇ ନିଅାଁ ଜଳି ଉଠିବା ପରେ ତା ଭିତରୁ ଆଉ ସେ ବାହାରି ପାରି ନଥିଲେ । ପରିବାର ଲୋକେ ନିଅାଁ ଲିଭାଇକୁ ମଧ୍ୟ ଚେଷ୍ଟା କରିଥିଲେ । ନିଅାଁ ଲାଗିଥିବା ଦେଖି ପାଖ ପଡେ଼ାଶୀ ଏବଂ ଗାଁ ଲୋକେ ମଧ୍ୟ ଲାଗିପଡ଼ି ନିଅାଁ ଲିଭାଇଥିଲେ । କିଛି ସମୟ ମଧ୍ୟରେ ନିଅାଁକୁ ଆୟତ୍ତ ବି କରିନେଲେ । ହେଲେ ସେତେବେଳକୁ ସବୁକିଛି ସରି ଯାଇଥିଲା । ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ ଟ୍ୱିଙ୍କଲ । ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ଆଗରୁ ଗ୍ରାମବାସୀମାନେ ନିଅାଁକୁ ଆୟତ୍ତ କରିଥିଲେ । ତେବେ ନିଅାଁ ଲାଗିବାର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ଥିବା ବେଳେ ରନ୍ଧନ ଗ୍ୟାସ ଲିକେଜ୍ରୁ ନିଅାଁ ଲାଗିଥିବା ଅନୁମାନ କରାଯାଉଛି । କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ଦେଇଛି । ଯୁବତୀଙ୍କ ଏଭଳି ଭୟଙ୍କର ମୃତୁ୍ୟ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons