ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଚ୍ଚିତା-ସବ୍ୟସାଚୀ

Get real time updates directly on you device, subscribe now.

ଭୁବନେଶ୍ବର : ଯାହାର ପାଉଁଜି ପାଇଁ ଦିନେ ସେ ପାଗଳ ହୋଇଥିଲେ । ଯିଏ ତାଙ୍କୁ ଦିନେ ଲକ୍ଷେ ଫଗୁଣ ଆଣି ଦେଇଥିଲେ । ଯାହା ପାଇଁ ତାଙ୍କୁ ପ୍ରେମଜ୍ବର ହୋଇଥିଲା । ଯାହା ପାଇଁ ଦିନେ ତାଙ୍କ ଛାତି ତଳେ ଡିଙ୍ଗ୍ ଡିଙ୍ଗ୍ ବାଜିଥିଲା । ଯାହା ପାଇଁ ସେ ଦିନେ ବିଗିଡ଼ିଯାଇଥିଲେ, ଆଜି ସେହି ଅର୍ଚ୍ଚିତାଙ୍କ ସୁଖଦୁଃଖ ଆପଣେଇ ସ୍ଥିନ୍ଥିରେ ସିନ୍ଦୂର ବୋଳି ଦେଇଛନ୍ତି ସପନର ସୌଦାଗର ସବ୍ୟସାଚୀ ମିଶ୍ର ।
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍‌ର ଚର୍ଚ୍ଚିତ ଯୋଡି ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ରାଜସ୍ଥାନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ତାଙ୍କ ସୋସିଆଲ ମିଡିଆ ପେଜ୍‌ରେ କିଛି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ସବ୍ୟସାଚୀ ଲେଖିଛନ୍ତି, ‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ।’ଅନୁରୂପ ଅର୍ଚ୍ଚିତା ମଧ୍ୟ ଲେଖିଛନ୍ତି, ‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ।’ଏହି ଫଟୋରେ ଅଭିନେତା ସବ୍ୟସାଚୀଙ୍କୁ ବର ବେଶରେ ଏବଂ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବଧୂ ବେଶରେ ଦେଖିବାକୁ ମିଳିଛି । ପୂର୍ବରୁ ଉଭୟଙ୍କର ହଳଦୀ ସେରିମନିର ଫଟୋ ମଧ୍ୟ ନଜରକୁ ଆସିଥିଲା ।ଅନେକ ଦିନ ଧରି ସବ୍ୟ-ଅର୍ଚ୍ଚିତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା । ଦୁହିଁଙ୍କ ଭିତରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ବିବାହ ବନ୍ଧନରେ ଉଭୟ ଆବଦ୍ଧ ହୋଇଛନ୍ତି । ବିବାହ ପରେ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମଧ୍ୟ ମିଳୁଛି ।ଅଭିନେତା ସବ୍ୟସାଚୀ ୨୦୦୭ରୁ ‘ପାଗଳପ୍ରେମୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିବା ବେଳେ ଅର୍ଚ୍ଚିତା ୨୦୦୫ରେ ‘ଓ ମାଇଁ ଲଭ୍‌’ରେ ପ୍ରଥମଥର ଅଭିନୟ କରିବାର ସୁଯୋଗ ପାଇଥିଲେ । ସବ୍ୟସାଚୀ ଏଯାବତ୍ ୩୭ର ଊର୍ଦ୍ଧ୍ୱ ସିନେମାରେ ଏବଂ ଅର୍ଚ୍ଚିତା ୪୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି । ଦୁହିଁଙ୍କ ମଧ୍ୟରେ ‘ସପନର ସୌଦାଗର’ ଚଳଚ୍ଚିତ୍ରରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଯାହା ୨୦୦୮ରେ ମୁକ୍ତିଲାଭ କରିବା ପରେ ଏହି ଯୋଡ଼ିକୁ ଦର୍ଶକ ଅଧିକ ପସନ୍ଦ କରିବାକୁ ଲାଗିଥିଲେ ।କରୋନା ସମୟରେ ସବ୍ୟଙ୍କ ଅବଦାନକୁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ମଧ୍ୟ ବେଶ୍‌ ପ୍ରଶଂସା ମିଳିଛି । ଏବେ ଏହି ଯୋଡ଼ି ରାଜସ୍ଥାନରୁ ଫେରିବା ପରେ ଏଠାରେ ଅତିଥିମାନଙ୍କୁ ନେଇ ଭୋଜିର ଆୟୋଜନ କରାଯିବ ବୋଲି ସେମାନଙ୍କ ପରିବାର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons