
ଖଲ୍ଲିକୋଟ: ମହାରାଷ୍ଟ୍ର, ଗୁଜୁରାଟ ସମେତ ଅନ୍ୟ କେତେକ ରାଜ୍ୟରେ ଏବେ କରୋନ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।
ଗଞ୍ଜାମକୁ ଫେରୁଥିବା ପ୍ରବାସୀଙ୍କ ଉପରେ ଦୃଷ୍ଟି ଦେବା ସହ ପ୍ରବାସୀଙ୍କ ପାଇଁ ୱାର୍ଡ ଓ ପଞ୍ଚାୟତ ସ୍ତରରେ ରେଜିଷ୍ଟର କରାଯିବ । ପୂର୍ବରୁ ଯେପରି ପ୍ରତ୍ୟେକ ଦୋକାନୀମାନେ ପଞ୍ଚସୂତୀ ନିୟମ ମାନୁଥିଲେ ସେହିଭଳି ପାଳନ କରିବେ । ନଚେତ ସେମାନଙ୍କ ଦୋକାନ ସିଲ କରାଯିବ । ସ୍ୱାସ୍ଥ୍ୟ ବିଭାଗକୁ କୋଭିଡ ମେଡିକାଲ, ଆଇସୋଲେସନ ୱାର୍ଡ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।
ଏବେ ଗଞ୍ଜାମରେ କରୋନା ସଂକ୍ରମଣ ନିୟତନ୍ତ୍ର ରହିଛି । ଆଗକୁ ସବୁ ବ୍ଲକ ଓ ଏନଏସିରେ ଖୋଲିବ କୋଭିଡ କଂଟ୍ରୋଲ ରୁମ । ତାରାତାରିଣୀ ମନ୍ଦିର ,ସୋନାପୁର ଭଳି ସବୁ ସ୍ଥାନରେ ଭୋଜିଭାତ ବନ୍ଦ ରହିବ । ବିଭିନ୍ନ ପ୍ରକାରର ସପିଂ ମଲରେ କୋଭିଡ ଗାଇଡ ଲାଇନ ପାଳନ ହେଉଛି କି ନାହିଁ ଯାଂଚ କରିବାକୁ ଗଞ୍ଜାମ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟ୍ୟରେ ବ୍ରହ୍ମପୁର କମିସନର, ବ୍ରହ୍ମପୁର ଉପଜିଲ୍ଲାପାଳ, ଅତିରିକ୍ତ ଜ଼ିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.