
ଫୁଲବାଣୀ,(ବି.ବି.ନୁ୍ୟଜ): ଜଣେ ଅଧସ୍ତନ କର୍ମଚାରୀଙ୍କ ଠାରୁ ଲାଞ୍ଚ ଟଙ୍କା ନେବା ବେଳେ ଭିଜଲାନ୍ସ ହାତରେ ଧରାପଡ଼ିଛନ୍ତି ଫିରିଙ୍ଗିଆ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ନିଶାନ୍ତ ନିଶାନ ମାଲୁ । ଏହପାରେ ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ ।
ସୂଚନା ଅନୁଯାୟୀ, ଫିରିଙ୍ଗିଆ ସିଏଚ୍ସିରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ବେଣୁଧର ଦିଗାଲଙ୍କ ଆର୍ସିଏମ୍ ଏବଂ ଟିଏ ବିଲ୍ ବାବଦରେ ୪୨ ହଜାର ଟଙ୍କା ପାଇବାର ଥିଲା । ଏଥିପାଇଁ ଦାୟିତ୍ୱରେ ଥିବା ଡାକ୍ତର ନିଶାନ୍ତ ନିଶାନ ମାଲୁ ବେଣୁଧରଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବେଣୁଧର ଏ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ବୁଧବାର ଡାକ୍ତର ମାଲୁ ତାଙ୍କ କାର୍ଯ୍ୟାଳୟରେ ବେଣୁଧରଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ ତାଙ୍କୁ ଧରିଥିଲେ । ପରେ ତାଙ୍କ ପକେଟରୁ ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ । ଅଭିଯୁକ୍ତ ମାଲୁଙ୍କ ବିରୋଧରେ ବ୍ରହ୍ମପୁର ଭିଜଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି । ପରେ ତାଙ୍କୁ କୋର୍ଟ ଚଲାଣ କରାଯାଇଥିଲା । ହେଲେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।


Comments are closed, but trackbacks and pingbacks are open.