ଦୁଇ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ରାଇଘର: କୂଅ ସଫା କରିବା ବେଳେ ଘଟିଛି ଅଘଟଣ । ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ହୋଇଛି ମୃତୁ୍ୟ । ମୃତକ ଦୁଇ ଜଣ ହେଲେ ହେମରାଜ ହଲୱା ଓ ଅନୁପ କେଉଟ । ଅସୁସ୍ଥ ହୋଇଛନ୍ତି ରାଜୁ କେଉଟ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ହାଟଭରାଣ୍ଡି ପଞ୍ଚାୟତର ସାନାରପାରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଉକ୍ତ ବ୍ୟକ୍ତି ଜଣଙ୍କ ହାଟଭରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।
ଆଜି ସକାଳ ୯ଟାରେ ସାନାରପାରା ଗାଁର ରାଜୁ କେଉଟଙ୍କ କୂଅ ସଫା କରୁଥିଲେ ସେହି ଗ୍ରାମର ହେମରଜ ଓ ଅନୁପ । କୂଅ ଭିତରେ ପାଣି କମ୍ ଥିଲା । ଭିତରେ ସେମାନେ ସଫେଇ କାମ ଆରମ୍ଭ କରିଥିଲେ । କିଛି ସମୟ ମଧ୍ୟରେ ସେମାନେ ଶ୍ୱାସରୁଦ୍ଧ ହୋଇ ଛଟପଟ ହୋଇଥିଲେ । କୂଅ ବାହାରେ ଥାଇ ଦେଖୁଥିବା ଲୋକେ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇଥିଲେ । ପରେ କୁନେ୍ଦଇ ପୁଲିସ ଓ ରାଇଘର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ବେଳକୁ ହେମରାଜ ଓ ଅନୁପଙ୍କ ମୃତୁ୍ୟ ହୋଇଥିଲା । ଅପରପକ୍ଷେ ରାଜୁଙ୍କୁ ଉଦ୍ଧାର କରିବା ପରେ ସେ ଗୁରୁତର ଥିବାରୁ ତାଙ୍କୁ ହାଟଭରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଖବରପାଇ କୁନେ୍ଦଇ ଥାନା ଅ%ôକାରୀ ଫକୀର ମୋହନ ଖରା, ରାଇଘର ତହସିଲଦାର ଜଗୁ ପୂଜାରୀ, ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଜୁ କେଉଟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ରିପୋର୍ଟ : ଅମିତ ହାଲଦାର

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons