ଲମତାପୁଟ: ସ୍ୱେଚ୍ଛାସେବୀ ସଂସ୍ଥା ସିୱାଇଏସ୍ଡି ପକ୍ଷରୁ ସ୍ଥାନୀୟ ଆଶାକିରଣ ହସ୍ପିଟାଲ୍କୁ ୫ଟି ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ କରାଯାଇଛି । ଡାକ୍ତର ମାଥୁ୍ୟ ଚୋକୋ ଏବଂ ଡାକ୍ତର ରବି ଜର୍ଜଙ୍କ ଉପସ୍ଥିତିରେ ପ୍ରକଳ୍ପ ସଂଯୋଜକ ରମେଶଚନ୍ଦ୍ର ସ୍ୱାଇଁ ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ କରିଥିଲେ । ସିୱାଇଏସ୍ଡି ପ୍ରତିÂାତା ତଥା ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦଙ୍କ ଅବଦାନରେ ଏବଂ ଟିଏମ୍ ଇଣ୍ଟରନ୍ୟାସନାଲ୍ ଲଜିଷ୍ଟିକ୍ର ସହଯୋଗରେ ଏହା ପ୍ରଦାନ କରାଯାଇଥିଲା । ଅମ୍ଳଜାନ ସାନ୍ଧ୍ରକ ବା କନ୍ସନ୍ଟ୍ରେଟର ଦ୍ୱାରା ବହୁ ଗୁରୁତର ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହୋଇପାରିବ ବୋଲି ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଥାଉକି, ଆଶାକିରଣ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ରୋଗୀଙ୍କ ପାଇଁ ୧୫ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଆଦିବାସୀ ଅଧୁ୍ୟଷିତ ଅଞ୍ଚଳ ହୋଇଥିବାରୁ ଅଧିକାଂଶ ଲୋକ ଆଶାକିରଣ ହସ୍ପିଟାଲ୍ ଉପରେ ନିର୍ଭର କରୁଛନ୍ତି । ଘରୋଇ ସଂସ୍ଥା ହୋଇଥିବା ସତ୍ତେ୍ୱ ବହୁ ଗରିବଙ୍କ ପାଇଁ ମାଗଣା ସ୍ୱାସ୍ଥସେବା ଯୋଗାଇବାରେ ଏହି ହସ୍ପିଟାଲ୍ର ମୁଖ୍ୟଭୂମିକା ରହିଛି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.