ସଦାଶିବଙ୍କ ପରିବାରକୁ ଆର୍ଥିକ ସହାୟତା

Get real time updates directly on you device, subscribe now.

କୋରାପୁଟ: କୋରାପୁଟ ସଦର ଥାନା ମହାଦେଈପୁଟ ନିକଟରେ ମଙ୍ଗଳବାର ଅଜଣାଗାଡ଼ି ଧକ୍କାରେ ସେହି ଗାଁର ସଦାଶିବ ପରସଲିଙ୍କ ମୃତୁ୍ୟ ଘଟିଛି । ତାଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ତାଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ପରିବାରରେ ସେ ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ତେଣୁ ମୃତକଙ୍କ ପରିବାରକୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦେବେନକୁମାର ପ୍ରଧାନଙ୍କ ଅନୁମୋଦନ କ୍ରମେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons