ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ

Get real time updates directly on you device, subscribe now.

ଭଦ୍ରକ: ଭଦ୍ରକରେ ଲକଡାଉନ ଓ ସଟଡାଉନ ସମୟରେ ମଧ୍ୟ ନିଶା କାରବାର ଚରମ ସୀମାରେ ପହଁଚିଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ପୁଣି ଏକ ସଫଳତା ମିଳିଛି ।
ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ଆଇଟିଆଇ କେନାଲ ରୋଡ଼ ଠାରେ ବିଶେଷ ସୂତ୍ରରୁ ଖବର ପାଇ ଗ୍ରାମାଞ୍ଚଳ ପୋଲିସ ସେଠାରେ ପୂର୍ବରୁ ଜଗି ରହିଥିଲା । ପରେ ଆନ୍ତଜିଲ୍ଲା ଦୁର୍ଦ୍ଧାନ୍ତ ଅପରାଧିମାନେ ଏକ କାର ଯୋଗେ ଯାଉଥିବା ସମୟରେ ପୋଲିସ ମାଡି ବସିଥିଲା । ପରେ ଏହି କାରକୁ ଚେକିଂ କରିବା ସମୟରେ ଏହି କାର ଭିତରୁ ୧୦ କିଲୋ ଗଞ୍ଜେଇ ସହିତ, ଗୋଟାଏ ଖଣ୍ଡା, ୩ଟି ଛୁରୀ, ଗୋଟାଏ ଖେଳନା ବନ୍ଧୁକ, ସ୍ବିଫ୍ଟ କାର ସମେତ ବହୁ ମାରଣାସ୍ତ୍ର ଜବତ କରିଛି ଗ୍ରାମାଞ୍ଚଳ ପୋଲିସ । ଏହି ଗଞ୍ଜେଇ ମାଫିଆ ମାନେ କାର ଯୋଗେ ବ୍ରହ୍ମପୁରରୁ ଭଦ୍ରକ ଆସୁଥୁଲେ ଗଞ୍ଜେଇ ବେପାର କରିବା ପାଇଁ । ଯାହାକୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।
ଏହି ଅଭିଯୁକ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣ ଭଦ୍ରକର ହୋଇଥିବା ବେଳେ ଅନ୍ୟ ଜଣେ କାର ଡ୍ରାଇଭର ହେଉଛନ୍ତି କଟକର ସଦାଶିବ ଭୋଳ । ଆଶ୍ଚର୍ୟ୍ୟର କଥା ହେଉଛି କି ଗଞ୍ଜେଇ ମାଫିଆ ମାନଙ୍କ ମଧ୍ୟରେ ଭଦ୍ରକର ଗଞ୍ଜେଇ ବାଡ଼ି ଟ୍ରିପୁଲ ମର୍ଡର କେଶର ଅଭିଯୁକ୍ତ ଲକ୍ଷ୍ମୀଧର ସେଠୀ ବେଲରେ ଥିବା ବେଳେ ଏହି ଗଞ୍ଜେଇ ବେପାରରେ ଲିପ୍ତ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons