ବିଜେଡି ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ): ଜଳସଂପଦ ଡାକ ବଙ୍ଗଳା ପରିସରରେ ବିଜେଡି ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁÂିତ ହୋଇଯାଇଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତ କାର୍ଯ୍ୟକୁ ପାଥେୟ କରି ଦଳୀୟ କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି ।
ବିଦ୍ୟାଳୟ ରୂପାନ୍ତରୀକରଣ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ପ୍ରତିÂା, ସ୍ୱାସ୍ଥ୍ୟ ପାଇଁ ସ୍ମାର୍ଟ କାର୍ଡ ପ୍ରଚଳନ, ପ୍ରତ୍ୟେକ ରାସନ କାର୍ଡଧାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଯାଏଁ ସ୍ୱାସ୍ଥ୍ୟ ବୀମା ସୁବିଧା, କୋଭିଡ୍ ପରିଚାଳନା ଓ ରାଜ୍ୟରେ ମାଗଣା ଇକେମା ଚିକିତ୍ସା ଭଳି ବହୁ ଯୁଗନ୍ତକାରୀ ପଦକ୍ଷେପ ନେଇଛନ୍ତି ବିଜେଡି ସରକାର । ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ପ୍ରତ୍ୟେକଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବାକୁ ମଞ୍ଚାସୀନ ଅତିଥିମାନେ କହିଛନ୍ତି ।
ଜିଲ୍ଲା ବିଜେଡି ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ କରାଯାଇଛି । ସଭାମଞ୍ଚରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରା, ଭୁବନେଶ୍ୱର ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଦଳୀୟ କାର୍ଯ୍ୟକର୍ତ୍ତା ସୁବାସ ମହାରଣା, ରାଜ୍ୟ ଜଙ୍ଗଲ, ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କନ୍ଧମାଳ ସାଂସଦ ଅଚୁ୍ୟତ ସାମନ୍ତ, ଆସିକା ସାଂସଦ ପ୍ରମିଳା ମଲ୍ଲିକ, ଜିଲ୍ଲାର ପର୍ଯ୍ୟବେକ୍ଷକ ଖଣି ଓ ଇସ୍ପାତ ତଥା ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ସାମଲ ଓ ଜିଲ୍ଲାର ମୁଖ୍ୟ ଦଳୀୟ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ସ୍ଥାପନ, ବ୍ରହ୍ମପୁର ଠାରୁ ସମ୍ବଲପୁର ଭାୟା ଭଞ୍ଜନଗର, ଫୁଲବାଣୀ ଓ ବ୍ରହ୍ମପୁର ଠାରୁ ରାୟଗଡ଼ା ରେଳପଥ କାର୍ଯ୍ୟକାରୀ କରିବା, ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳରେ ମାଛ ଧରା ବନ୍ଦର ନିର୍ମାଣ, ବିମାନ ବନ୍ଦର ପ୍ରତିÂା ଓ ଶୀତଳାପଲ୍ଲୀ ଠାରେ ପ୍ରସ୍ତାବିତ ରେଳ ୱାଗନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇଛି ।
ରାଜ୍ୟ ଜଙ୍ଗଲ, ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons