ରାଜ୍ୟସଭାରେ ଉଠାଇବାକୁ ସାଂସଦଙ୍କୁ ପତ୍ର

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ରାଜ୍ୟସଭାରେ ଦଳିତ ଖ୍ରୀଷ୍ଟିଆନଙ୍କ ବିଭିନ୍ନ ପ୍ରସଙ୍ଗକୁ ଉଠାଇବାକୁ ଦାବି ହୋଇଛି । ଏହାକୁ ନେଇ ବୁଧବାର ଜିଲ୍ଲା ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ପକ୍ଷରୁ ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କୁ ଦାବିପତ୍ର ଦିଆଯାଇଛି । ପରିଷଦ ସଦସ୍ୟମାନେ ସର୍କିଟ ହାଉସଠାରେ ସାଂସଦଙ୍କୁ ଭେଟି ପତ୍ର ପ୍ରଦାନ କରିଛନ୍ତି । ସାଂସଦ ଏଥିପାଇଁ ପ୍ରତିଶ୍ରୁତି ଦେବାସହ ପରିଷଦର କାର୍ଯ୍ୟାଳୟ ପାଇଁ ଜମି ଓ ଗୃହ ଯୋଗାଇ ଦେବାକୁ କହିଛନ୍ତି ।
ପରିଷଦ ପକ୍ଷରୁ କୁହାଯାଇଛି, ଜଣେ ଅନୁସୂଚିତ ଜାତି ବର୍ଗର ଲୋକ ଅନ୍ୟଧର୍ମ ଗ୍ରହଣ କଲେ ୧୯୫୦ ଧର୍ମ ପରିବର୍ତ୍ତନ ଆଇନ ଅନୁସାରେ ମୌଳିକ ଅଧିକାର ହରାଇ ବସୁଛି । ଦୀର୍ଘ ୭୦ ବର୍ଷ ହେଲା ଦଳିତ ଖ୍ରୀଷ୍ଟିଆନଙ୍କୁ ଧର୍ମ ଆଧାରରେ ମୂଳଜାତି ଅଧିକାରରୁ ବଞ୍ଚିତ କରାଯାଇଛି । ପରିଷଦ ସଭାପତି ଡ.ବିକ୍ରମ କୁମାର ନାଗ, ଉପସଭାପତି ପ୍ରଦୀପ କୁମାର ନନ୍ଦ, ପଙ୍କଜ ସିପା ଏହାର ନେତୃତ୍ୱ ନେଇଥିଲେ । ବ୍ଲକସ୍ତରୀୟ ପରିଷଦ କର୍ମକର୍ତ୍ତା ଯୋଶେଫ୍ କେନେଡି. ସୁବର୍ଣ୍ଣ ସୁନା, ନବଜୀବନ ପନ୍ଧାର, ଶରତ ଡଙ୍ଗରୀ, ଜେନିଫର ସୁନା, ବୀରେନ୍ଦ୍ର ନାୟକ, ଫିରୋଜ ବାଘ, ତେଜମୟ ଦଣ୍ଡିଆ, ସିମିୟନ ବେପାରୀ, ଉଦୟ ସଗରିଆ, ସୁନୀଲ କୁମାର ଦୁଖୁ, ନିକୁଞ୍ଜ କର୍କରା, ସୁକାନ୍ତ ନାଗ, ହେମନ୍ତ ସୁନା, ନବୀନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons