ବିଜେଡିରେ ମିଶିଲେ ବିଶ୍ୱନାଥ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବିକ୍ରମଦେବ କଲେଜର ପୂର୍ବତନ ସଭାପତି ବିଶ୍ୱନାଥ ନନ୍ଦ ବିଜେଡିରେ ଯୋଗ ଦେଇଛନ୍ତି । ଆଜି ଭୁବନେଶ୍ୱରରେ ବିଜେଡିର ବରିÂ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଥିବା ଘୋଷଣା କରିଛନ୍ତି । ଭିଡି କଲେଜର ପୂର୍ବତନ ସଭାପତି ଦଳରେ ମିଶିବା ପରେ ଯୁବ ସଂଗଠନ ସୁଦୃଢ ହେବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ । ସାଂସଦ ସୁଭାଷ ସିଂଙ୍କ ବାସଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କୋରାପୁଟ ବିଜେଡି ପର୍ଯ୍ୟବେକ୍ଷକ ତଥା ବି%ାୟକ ଚନ୍ଦ୍ରସାରଥି ବେହେରା, ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ, କୋଟପାଡ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ମୁନା ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons