ଜଙ୍ଗଲରୁ ଶବ ଉଦ୍ଧାର, ଅଭିଯୁକ୍ତ ଅଟକ

Get real time updates directly on you device, subscribe now.

ବାଲିଗୁଡା, (ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ପରମପାଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗୁରୁମିଲା ଗାଁରେ ଅଭାବନୀୟ ଘଟଣା । ପୁଅକୁ ଜୀବନରେ ମାରି ଗାଁ ନିକଟ ମୁସୁକୁଟି ଜଙ୍ଗଲରେ ମାଟି ତଳେ ବାପା ପୋତିଦେଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ପୁଲିସ ଜଙ୍ଗଲରେ ମାଟି ଖୋଳି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖି ପୁଲିସ ଅଧିକ ପଚରାଉଚୁରା କରୁଛି ।
ପୁଲିସ ସୂଚନା ମୁତାବକ ପାଙ୍ଗୁରିମିଲା ଗାଁର ବାପା ଭାସ୍କର ପୂଜାରୀ ଓ ପୁଅ ଚୈତନ୍ୟ ପୂଜାରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳିକଜିଆ ଲାଗି ରହୁଥିଲା । ମଙ୍ଗଳବାର ପୁଣି ଦୁହିଁଙ୍କ ମଧ୍ୟରେ ଝଗଡା ହେବା ପରେ କ୍ଷୁବ୍ଧ ଭାସ୍କର ରାତିରେ ପୁଅ ଚୈତନ୍ୟକୁ କୌଣସି ମତେ ହତ୍ୟା କରିବା ସହ ଗାଁ ନିକଟ ମୁସୁକୁଟି ଜଙ୍ଗଲରେ ମାଟିତଳେ ପାତି ଦେଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ପଡୋଶୀ ଘର ଲୋକ ଉକ୍ତ ରାତିରେ ବାପା- ପୁଅ ଗଣ୍ଡଗୋଳ ଶୁଣିବା ସହ ଦୁଇ ଦିନ ହେବ ପୁଅକୁ ଦେଖି ନପାରି ସନେ୍ଦହବ୍ୟକ୍ତ କରିଥିଲେ । ଗ୍ରାମବାସୀ ଗୁରୁବାର ଏ ସମ୍ପର୍କରେ ପରମପାଙ୍ଗା ସରପଞ୍ଚ ରମେଶ ମଲ୍ଲିକଙ୍କୁ ସୂଚନା ଦେବା ପରେ ସେ ପୁଲିସକୁ ସନ୍ଧ୍ୟାରେ ଅବଗତ କରାଇଥିଲେ । ବାଲିଗୁଡା ଥାନାରେ କେଶ୍ ନମ୍ବର ୧୬୫/୨୦୨୧ ରୁଜୁ ହୋଇଛି ।
ଶୁକ୍ରବାର ପୂର୍ବାହ୍ଣରେ ବାଲିଗୁଡା ଥାନା ପୁଲିସ ସମେତ ତହସିଲଦାର ଶଶାଙ୍କ ଶେଖର ପାତ୍ର ମାଜିଷ୍ଟେ୍ରଟ୍ ଭାବରେ ଯାଇ ଘଟଣାସ୍ଥଳରୁ ମାଟି ଖୋଳି ଶବ ଉଦ୍ଧାର କରିଥିଲେ । ବାଲିଗୁଡା ଏସ୍ଡିପିଓ ମନୋଜ କୁମାର ପୂଜାରୀଙ୍କ କହିବା ଅନୁଯାୟୀ ଚୈତନ୍ୟର ଶବ ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ବାପା ସମେତ ତାଙ୍କର ଆଉ ଦୁଇ ପୁଅଙ୍କୁ ଅଟକ ରଖି ପଚରାଉଚୁରା କରିଛି ପୁଲିସ । ତେବେ ପୁଅ (ମୃତକଙ୍କ ଅନ୍ୟ ଦୁଇ ଭାଇ)ମାନଙ୍କ ସମ୍ପୃକ୍ତ ନେଇ କୌଣସି ସୂଚନା ମିଳୁ ନଥିବା ବେଳେ ବାପା ଉପରେ ସନେ୍ଦହ ଘନୀଭୂତ ହୋଇଛି । ତେଣୁ ପୁଲିସ ଅଧିକ ତଦନ୍ତ ଚଳାଇଛି । ଅଭିଯୁକ୍ତ ବାପା କହିଛନ୍ତି ଯେ- ମୁଁ ପୁଅକୁ ମାରିନି । ସେ ନିଜେ ମଦ ଓ ଗଞ୍ଜେଇ ଖାଇ ଆସି ଆମ ଘର ପାଖ ଜଙ୍ଗଲରେ ଦଉଡ଼ି ଦେଇଦେଲା । ମୁଁ ଜାଣିଲା ପରେ ତାକୁ ମାଟି ଖୋଳି ପୋତି ଦେଲି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons