ଅଜଣା ଗାଡି ଧକ୍କାରେ୨ ମହିଳା ମୃତ

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନୁ୍ୟଜ): ଶୁକ୍ରବାର ଭୋର୍ ପ୍ରାୟ ୪ଟା । ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗୋକର୍ଣ୍ଣପୁର ଗ୍ରାମ ନିକଟରେ କୌଣସି ଏକ ଗାଡି ଦୁଇ ମହିଳାଙ୍କୁ ଧକ୍କା ଦେଇ ଚମ୍ପଟ ମାରିଛି । ଗାଡିର ପତ୍ତା ମିଳିନି, ମାତ୍ର ଏଥିରେ ଦୁଇ ମହିଳା କମଳ ବିନ୍ଧାଣି (୫୦) ଓ ଚିନାରୀ ବଙ୍ଗାଳି ପାତ୍ର (୬୦)ଙ୍କ ଘଟଣାସ୍ଥଳରେ ଜୀବନ ଯାଇଛି । ଲୋକେ ଏହା ଜାଣିବା ପରେ ଉତ୍ତ୍ୟକ୍ତ ହୋଇ ରାସ୍ତା ଉପରକୁ ଓହ୍ଲାଇଛନ୍ତି । ମୃତକଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭର୍କୁ ଗିରଫ ଦାବିରେ ଟାୟାର୍ ଜାଳି ପ୍ରାୟ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା । ଦୁଇ ମହିଳାଙ୍କ ଶବ ପାଖରେ ଆତ୍ମୀୟସ୍ୱଜନଙ୍କ ବୁକୁଫଟା କାନ୍ଦଣା ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଦିଗପହଣ୍ଡି ପୁଲିସ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଦାବିରେ ଅଟଳ ରହିଥିଲେ ।
ଦୁଇ ମହିଳା ମିଶି ପ୍ରତିଦିନ ଭଳି ଶୁକ୍ରବାର ଭୋର୍ରେ ସ୍ନାନ ଓ ଶୌଚ ପାଇଁ ଗାଁ ନିକଟ ଏକ ନାଳକୁ ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଦୁଇ ମହିଳାଙ୍କ ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତୁ୍ୟ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନେ୍ଦହ କରୁଛି । ସକାଳ ୮ଟାରେ ଦିଗପହଣ୍ଡି ତହସିଲ୍ଦାର ଆଦିତ୍ୟ କୁମାର ସ୍ୱାଇଁ ପହଞ୍ଚିି ମୃତକଙ୍କ ପରିବାରବର୍ଗଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ସହ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଥିବା ପରିବାରଙ୍କୁ ସୁପ୍ରିମକୋର୍ଟର ନିଦେ୍ର୍ଧଶାବଳୀ ପ୍ରକାରେ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତ ଲୋକ ରାସ୍ତରୋକରୁ ଓହରିଥିଲେ । ଦିଗପହଣ୍ଡି ପୁଲିସ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା । ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଥାନା ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ଗୋକର୍ଣ୍ଣପୁର ସରପଞ୍ଚ ପ୍ରତିନିଧି ଅସିତ୍ କୁମାର ସାହୁ ଓ ବିଜେଡି ନେତା ଏସ୍.ସଦାନନ୍ଦ ଦୋରା ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଶବ ବ୍ୟବଛେଦ କାର୍ଯ୍ୟରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons