ଏସ୍ସିବିର ପ୍ରଫେସର ପ୍ରଭାତ ପାଢୀଙ୍କ ଦେହାନ୍ତ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ୍ ବିଭାଗର ବରିÂ ପ୍ରଫେସର ଡାକ୍ତର ପ୍ରଭାତ କୁମାର ପାଢୀଙ୍କ ଗତକାଲି ରାତିରେ ୬୫ ବର୍ଷ ବୟସରେ ପରଲୋକ ଘଟିଛି । ବଜ୍ରକବାଟୀ ସ୍ଥିିତ ବାସଭବନରେ ଡାକ୍ତର ପାଢୀ ରାତିରେ ଖାଇ ସାରି ଗ୍ରିଲ ବନ୍ଦ କରୁଥିବା ବେଳେ ହଠାତ ତାଙ୍କୁ ବାତ ମାରିଲା ଭଳି ଲକ୍ଷଣ ଦେଖା ଦେଇଥିଲା । ଏହାପରେ ସେ ସେଠାରେ ପଡି ଯାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତର ପାଢୀ ଆସନ୍ତା ୩୦ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ । ଡାକ୍ତରୀ ବିଦ୍ୟା ସହିତ ସେ ଜଣେ ଭଲ କଣ୍ଠଶିଳ୍ପୀ ଓ ଜଣେ ଭଲ କ୍ରିକେଟ ଖେଳାଳି ଥିଲେ । ଏସ୍ସିବିରେ ପାଠ ପଢିବା ଦିନଠାରୁ ଆରମ୍ଭ କରି ପାଠ ପଢାଇବା ପର୍ଯ୍ୟନ୍ତ ତାଙ୍କର କ୍ରିକେଟ ପ୍ରତି ଦୁର୍ବଳତା ଥିବା ଏସ୍ସିବିର ଅନ୍ୟ ଡାକ୍ତରମାନେ କହିଛନ୍ତି । ଗୁରୁବାର ସକାଳେ ଡାକ୍ତର ପାଢୀ ମେଡିସିନ୍ ବିଭାଗକୁ ଯାଇଥିଲେ । ସେଠାରେ ସେ ବିଭାଗୀୟ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସହିତ ମିଶି ମେଡିକାଲ କଲେଜରେ ଚାଲିଥିବା ପ୍ଲାଟିନମ୍ ଜୁବୁଲି ଉପରେ ଆଲୋଚନା କରିଥିଲେ । ଜୀବନ ଓ ମୃତୁ୍ୟର ଦୁଇଟି ନିଛକ ଛବି କିପରି ମଣିଷ ଜୀବନରେ ଆସେ ସେ କଥାକୁ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ପଣ୍ଡା ଟୁଇଟ୍ ମାଧ୍ୟମରେ ବଖାଣିଛନ୍ତି । ଗୁରୁବାର ସକାଳ ୧୦ଟା ୧୫ରେ ଡାକ୍ତର ପାଢୀଙ୍କ ସହିତ ବସି ପ୍ଲାଟିନମ୍ ଜୁବୁଲି ଉପରେ ଆଲୋଚନା କରୁଥିବାର ଫଟୋ ଓ ଗୁରୁବାର ରାତି ୧୦ଟା ୧୫ରେ ପାଢୀଙ୍କ ମୃତଦେହର ଫଟୋକୁ ଡାକ୍ତର ପଣ୍ଡା ଟୁଇଟ୍ କରିଛନ୍ତି । ଖାନନଗର ମଶାଣିରେ ଡାକ୍ତର ପାଢୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଖାନନଗର ମଶାଣିରେ ଏସ୍ସିବିର ବିଭିନ୍ନ ବିଭାଗର ପ୍ରଫେସର, ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଡାକ୍ତର ପାଢୀଙ୍କ ମୃତୁ୍ୟକୁ ମିଶାଇଲେ ଗତ ୧ବର୍ଷ ମଧ୍ୟରେ ଏସ୍ସିବି ୩ଜଣ ଅଭିଜ୍ଞ ପ୍ରଫେସରଙ୍କୁ ହରାଇଲାଣି । ପ୍ରଥମେ ନେଫ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ କର, ଗତ ସପ୍ତାହରେ ପ୍ଲାଷ୍ଟିକସର୍ଜରୀ ବିଭାଗର ବରିÂ ପ୍ରଫେସର ଡାକ୍ତର ଅନ୍ନଦା ପ;ନାୟକଙ୍କ ମୃତୁ୍ୟ ଘଟିଥିଲା । ସୂଚନାଥାଉକି, ସ୍ୱର୍ଗତ ଡାକ୍ତର ପାଢୀଙ୍କ ପତ୍ନୀ ହେଉଛନ୍ତି ରାଜ୍ୟର ଜଣାଶୁଣା ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ପ୍ରଫେସର ଡାକ୍ତର ମାୟା ପାଢୀ । ଏସ୍ସିବିରେ ଦୀର୍ଘ ଦିନ କାର୍ଯ୍ୟ କରିବା ପରେ ଡାକ୍ତର ମାୟା ପାଢ଼ୀ ଏବେ ପୁରୀ ମେଡିକାଲ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ । ସ୍ୱର୍ଗତ ପାଢୀଙ୍କର ଦୁଇ ଜଣ ଝିଅ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons