୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ ପିଇଓ

Get real time updates directly on you device, subscribe now.

କାକଟପୁର, (ବି.ବି.ନୁ୍ୟଜ): ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ପାଟସୁନ୍ଦରପୁର, ସୁହାଣପୁର ଓ ଭଣ୍ଡାଘର ପଞ୍ଚାୟତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ସାମଲ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି । ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ପିଏସ କେସ ନମ୍ବର ୨୫/୨୧ ରେ ଏକ ମାମଲା ରୁଜୁ ହୋଇଛି । ଶ୍ରୀ ସାମଲ ଭଣ୍ଡିସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ୫ ହଜାର ଟଙ୍କା ଦାବି କରିବାରୁ ଉକ୍ତ ବ୍ୟକ୍ତି ଭିଜିଲାନ୍ସକୁ ଖବର ଦେଇଥିଲେ । ନିମାପଡ଼ାଠାରେ ଟଙ୍କା ଦେଣନେଣ ଚାଲିଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଅଧିକ ପଚରାଉଚରା ପାଇଁ ତାଙ୍କୁ ଭୁବନେଶ୍ୱର ନିଆଯାଇଛି । ତାଙ୍କ ପିପିଲିସ୍ଥିତ ପୈତୃକ ବାସଭବନ ଓ କାକଟପୁରସ୍ଥିତ ଭଡ଼ାଘରେ ଚଢ଼ଉ ହୋଇଥିବାବେଳେ ବ୍ଲକ କାର୍ଯ୍ୟାଳୟରେ କାଗଜପତ୍ର ଜବତ କରାଯାଇଛି । ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ଟିମ୍ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons