ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଯୁବକ ମୃତ

Get real time updates directly on you device, subscribe now.

ସମ୍ୱଲପୁର: ଶ୍ୟାମ ମେଟାଲିକ୍ସର ସୁରକ୍ଷାକର୍ମୀଙ୍କ ବନ୍ଧୁକ ଗୁଳିରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଝାରସୁଗୁଡା ଲହଣ୍ଡାବୁଡ ଗାଁର ବେଙ୍ଗଡୁରୁ ଭୂୟାଁ । ଆଜି ଶ୍ୟାମ ମେଟାଲିକ୍ସ କାରଖାନାରୁ କୌଣସି କାର୍ୟ୍ୟରେ ଯିବା ସମୟରେ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ସମ୍ପୃକ୍ତ ଯୁବକ ଜଣକ ନିଶାନଭଙ୍ଗା ଗାଁର ନିଜ ମାଉସୀ ଘରକୁ ଆସିଥିବାବେଳେ ଅନ୍ୟ ୪ଜଣ ସାଥୀଙ୍କ ସହ ଶ୍ୟାମ ମେଟାଲିକ୍ସ କମ୍ପାନୀ ଭିତରକୁ ପଶିଥିଲେ ଜ୍ଝ
ଚୋରି ସନ୍ଦେହରେ ସୁରକ୍ଷା କର୍ମୀ ଛରା ବନ୍ଧୁକରେ ଫାୟାରିଙ୍ଗ କରିବା ପରେ ବେଙ୍ଗଡୁରୁଙ୍କ ଗୋଡରେ ୩୦ରୁ ୪୦ଟି ଗୁଳି ପଶିଛି । ଫଳରେ ଯୁବକମାନେ ପ୍ରଥମେ ରେଙ୍ଗାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ସ୍ଥାନାନ୍ତର କରିଥିଲେ । ତେବେ ବୁର୍ଲାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ହେଲେ କେଉଁ ଉଦ୍ଦେଶ୍ୟରେ ଶ୍ୟାମ ମେଟାଲିକ୍ସକୁ ପଶିଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ବାକି ୪ଜଣ ସାଥିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons