ରାଜଧାନୀରେ କଳା ପଲସର ଆତଙ୍କ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଯେମିତି ଭାବରେ ଛିନତାଇ, ରାହାଜାନୀ, ଲୁଟ୍‌, ଡକାୟତି ବଢ଼ିଚାଲିଛି ଏଥିରେ ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁନାହାନ୍ତି । ପୋଲିସକୁ ଚାଲେଞ୍ଜ ଦେଇ ଅପରାଧୀମାନେ ନିଜର ଦବଦବା ଜାହିର କରୁଛନ୍ତି । ଏମିତି ଏକ ଘଟଣା ଘଟିଛି ବାଲିଅନ୍ତା ଥାନା ଅଞ୍ଚଳରେ । ଅଭିଯୋଗକାରୀ ବିଶ୍ୱଦେବ ପାତ୍ରଙ୍କ ସୂଚନା ଅନୁସାରେ, ସେ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ରାସ୍ତାରେ ନିଜ ଘର ବଇଁଚୁଆ ପଟରା ସାହିକୁ ଫେରୁଥିଲେ । ଏହି ସମୟରେ ରଙ୍ଗ ବଜାର ପୂର୍ବରୁ ବାଲିଘାଟ ଅନ୍ଧାର ରାସ୍ତା ନିକଟରେ ତିନିଜଣ ଯୁବକ କଳା ପଲସରରେ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ଠାରୁ ଗୋଟିଏ ସୁନା ଚେନ ଓ ଗୋଟିଏ ବ୍ରେସଲେଟ୍ ଲୁଟି ନେଇଛନ୍ତି । କେବଳ ବେସଲଟର ଓଜନ ୭୦ଗ୍ରାମ ହେବ ବୋଲି ଅଭିଯୋଗକାରୀ ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗକାରୀ ବିଶ୍ୱଦେବ ଏକଥାକୁ ନେଇ ସ୍ଥାନୀୟ ବାଲିଅନ୍ତା ଥାନାରେ ଏତଲା କରିଥିଲେ । ତାଙ୍କ ଏତଲା ଆଧାରରେ ବାଲିଅନ୍ତା ପୋଲିସ କେବଳ ମାମଲା ରୁଜ୍ଜୁ କରି ବସି ଯାଇଛି । ବିଶ୍ୱଦେବଙ୍କ ଘଟଣା ପରଦିନ ଆଉ ଜଣେ ମହିଳା ସ୍ୱାମୀ ସହିତ ଭୋଜି ଖାଇ ଘରକୁ ଫେରୁ ଥିବାବେଳେ ସେମିତି ବ୍ଲାକ ପଲସରରେ ତିନିଜଣ ଯୁବକ ଆସି ମହିଳାଙ୍କ ଠାରୁ ସୁନା ହାର କାନଫୁଲ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ଦିନକୁ ଦିନ ଏହି ଅଞ୍ଚଳରେ ଯେଉଁ ଭଳି ଭାବରେ ଚୋର ଡକାୟତ ମତିଛନ୍ତି ଲୋକଙ୍କ ଭିତରେ ଛନକା ପଶିଯାଇଛି । ପୋଲିସର ନିର୍ଷ୍କୀୟତାକୁ ଦେଖି ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି ଏସବୁ ବନ୍ଦ୍ ହେବ କେବେ ଏହି କଳାପଲସର ଆତଙ୍କକାରୀ କେବେ ଗିରଫ ହେବେ ଏବେ ତାହାହିଁ ଦେଖିବାକୁ ବାକିରହିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons