ଖୋଜାପଲ୍ଲୀ ନିଶା ସମ୍ରାଜ୍ୟ:୨ ଦିନିଆ ରିମାଣ୍ଡରେ ରଜନୀକାନ୍ତ, ୩ ସ୍ୱତନ୍ତ୍ର ଟିମ୍

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ): ଖଲ୍ଲିକୋଟ ଥାନା ଖୋଜାପଲ୍ଲୀରୁ ନିଶା ସାମ୍ରାଜ୍ୟ ଚଳାଇଥିବା ରଜନୀକାନ୍ତ ପଟ୍ଟନାୟକକୁ ପୁଲିସ ଦୁଇ ଦିନ ପାଇଁ ଶନିବାର ସନ୍ଧ୍ୟାରେ ରିମାଣ୍ଡ୍ରେ ଆଣିଛି । ଖଲ୍ଲିକୋଟ ଏଡିଜେ କୋର୍ଟରେ ରଜନୀକାନ୍ତଙ୍କୁ ହାଜର କରିବା ପରେ ରିମାଣ୍ଡ୍ରେ ଅଣାଯାଇ ଅଧିକ ଖୋଳତାଡ କରାଯିବା ବୋଲି ଛତ୍ରପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ । ନିଶା ବେପାରୀଙ୍କ ଘରୁ ୪୪ କେଜିରୁ ଅଧିକ ଗଞ୍ଜେଇ ଓ ଅଫିମ ସହ ୭୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଓ ୮.୫ କେଜିରୁ ଅଧିକ ସୁନା ମିଳିବା ଘଟଣାର ଅଧିକ ତଦନ୍ତ ପାଇଁ ଗଞ୍ଜାମ ପୁଲିସ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଗୋଟିଏ ଟିମ୍ ଭୁବନେଶ୍ୱର ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ କନ୍ଧମାଳ ଯିବ । ରଜନୀକାନ୍ତ କନ୍ଧମାଳର କେଉଁଠାରୁ ଓ କିଭଳି ଗଞ୍ଜେଇ, ଅଫିମ ଆଣୁଥିଲା ତାହାର ଖୋଳତାଡ ପାଇଁ କନ୍ଧମାଳ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି ଗଞ୍ଜାମ ଏସ୍ପି । ସେହିପରି ରଜନୀକାନ୍ତଙ୍କ ପୁଅ ନାଁରେ ଥିବା ୬ଟି ବ୍ୟାଙ୍କ୍ ଆକାଉଣ୍ଟ୍ ଅଚଳ କରିବା ପାଇଁ ପୁଲିସ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । ଖଲ୍ଲିକୋଟ ଥାନାରେ ସ୍ତ୍ରୀ ଓ ପୁଅଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି ।
ଶନିବାର ଅପରାହ୍ଣରେ ଛତ୍ରପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ରାଏ କହିଛନ୍ତି ଯେ- ପୁଲିସ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା । ତେବେ ୨୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ରିମାଣ୍ଡ୍କୁ ଏଡିଜେ ମଞ୍ଜୁର କରିଛନ୍ତି । ଥାନାରେ ଅଟକ ଥିବା ରଜନୀକାନ୍ତଙ୍କ ସ୍ତ୍ରୀ ଓ ପୁଅ ଠାରୁ କିଛି ତଥ୍ୟ ମିଳିଛି । ରିମାଣ୍ଡରେ ରଜନୀକାନ୍ତକୁ ଆଣିଲା ପରେ ସ୍ତ୍ରୀ ଏବଂ ପୁଅ ସହ ମିଳିତ ଜେରା କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ପୁଅ ନାଁରେ ୬ଟି ଆକାଉଣ୍ଟ ଆrିସ ବ୍ୟାଙ୍କ୍, ଇଣ୍ଡସଲଣ୍ଡ ବ୍ୟାଙ୍କ୍ (ନୂଆଦିଲ୍ଲୀ), ଆଇଓବି ଏବଂ ଆନ୍ଧ୍ର ବ୍ୟାଙ୍କ୍ରେ ରହିଥିବା ଜଣାପଡିଛି । ବ୍ୟାଙ୍କ୍ ଆକାଉଣ୍ଟ ଅଚଳ କରିବା ସହ କେତେ ଟଙ୍କା ଅଛି ସେ ସମ୍ପର୍କରେ ସୂଚନା ପ୍ରଦାନ ସକାଶେ ବ୍ୟାଙ୍କ୍ମାନଙ୍କୁ ପତ୍ର ଲେଖାଯାଇଛି । ତେବେ ରଜନୀକାନ୍ତ ନାଁରେ କେତେ ବ୍ୟାଙ୍କ୍ ଆକାଉଣ୍ଟ୍ ଅଛି, କେତେ ଅର୍ଥ ରହିଛି ସମ୍ପର୍କରେ ପୁଲିସ ରିମାଣ୍ଡ୍ ଅବଧିରେ ଜେରା କରିବ । ସେହିପରି ଏହି ପରିବାରର ଜମିଜମା ଏବଂ ଅନ୍ୟ ସମ୍ପତ୍ତି କଣ ଅଛି ଯାଞ୍ଚ ପାଇଁ ଖଲ୍ଲିକୋଟ ତହସିଲଦାରଙ୍କୁ ପତ୍ର ଲେଖାଯାଇଛି । ଏଥିରେ କିଛି ସମ୍ପର୍କୀୟ ଜଡିତ ଥିବାରୁ ସେ ଦିଗରେ ଯାଞ୍ଚ ପାଇଁ ଗୋଟିଏ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଯାଇଛି । ରଜନୀକାନ୍ତ ସାଧାରଣ ଲୋକଙ୍କ ଠାରୁ ସୁନାଗହଣା ରଖି ସୁଧ ଟଙ୍କା ଖଟାଉଥିବା ନେଇ ତଦନ୍ତ ଚାଲିଥିବା ଏବଂ ଏହି ଘଟଣାରେ ଆବଶ୍ୟକ ପଡିଲେ ଏସ୍ଟିଏଫ୍ ସହାୟତା ନିଆଯିବ ବୋଲି କହିଛନ୍ତି ଏସ୍ପି ।
ଅଫିମ ଓଡ଼ିଶାରେ ଉତ୍ପାଦନ ନଥିବାରୁ ଏହା କେଉଁଠୁ ଆସିଥିଲା ତାହାର ତଦନ୍ତ କରାଯାଉଛି । ଏ ସମ୍ପର୍କରେ କିଛି ତଥ୍ୟ ହସ୍ତଗତ ହୋଇଛି, ଆହୁରି ତଦନ୍ତ ଚାଲିଥିବା କହିଛନ୍ତି ଏସ୍ପି । ଗଞ୍ଜେଇ କନ୍ଧମାଳରୁ ଆସୁଥିବା ବେଳେ କିଏ ଯୋଗାଉଛି ସେ ନେଇ କନ୍ଧମାଳ ଏସ୍ପିଙ୍କ ସହିତ ସେ ନିଜେ ଯୋଗାଯୋଗରେ ଥିବା କହିବା ସାଙ୍ଗକୁ କନ୍ଧମାଳ ପୁଲିସ ସହାୟତାରେ ଚଢଉ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଏସ୍ପି । ଦୀର୍ଘ ୧୦ ବର୍ଷ ହେଲା ରଜନୀକାନ୍ତ ଏହି ବ୍ୟବସାୟ କରୁଥିଲା ବୋଲି ଏସ୍ପି ରାଏ କହିବା ସହ ଗତ କିଛି ମାସରେ ଖଲ୍ଲିକୋଟ ଓ ଆଖପାଖ ଅଞ୍ଚଳରେ ଗଞ୍ଜେଇ ଧରାପଡିବା ଘଟଣାର ଖୋଳତାଡ ବେଳେ ପୁଲିସ ରଜନୀକାନ୍ତଙ୍କ ନିଶା ସମ୍ରାଜ୍ୟର ପର୍ଦ୍ଧାଫାସ କରିବାରେ ସକ୍ଷମ ହୋଇଥିବା ପ୍ରକାଶ କରିଛନ୍ତିି । ଖଲ୍ଲିକୋଟ ଓ କୋଦଳା ଥାନା ସହିତ ଅନ୍ୟ ଥାନାରେ ଏ ନେଇ ପୂର୍ବରୁ କୌଣସି କେସ୍ ଅଛି ନାଁ ନାହିଁ ତାହାର ଯାଞ୍ଚ ଚାଲିଛି । ଏହି ଘଟଣାରେ ଲିଙ୍କ୍ରେ ଆସିଥିବା କିଛି ଲୋକଙ୍କ ଫଟୋଗ୍ରାଫ୍ ମିଳିଛି ଯାହା ସମ୍ପୃକ୍ତ ଥାନାମାନଙ୍କୁ ପଠାଯାଇଛି । ନିକଟରେ ଡିଜିପି ଏକ ବୈଠକରେ ଅଫିମ ଏବଂ ଗଞ୍ଜେଇ ଗ୍ରାମାଞ୍ଚଳରେ ବିକ୍ରି କରୁଥିବା ଲୋକଙ୍କ ଉପରେ ନଜର ରଖିବା ନେଇ ନିଦେ୍ର୍ଧଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons