ମନିଷ ହତ୍ୟା ମାମଲା:କନେଷ୍ଟବଳ ପ୍ରସନ୍ନ ସହ ୩ ଜେଲ୍ ଗଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁ ଚର୍ଚ୍ଚିତ ମନିଷ ଅନୁରାଗ ହତ୍ୟା ଘଟଣାର ଅନ୍ୟତମ ପୃÂଭୂମି ଥିବା ହୋଟେଲ ‘ସାଉଥ ସିଟି’ ଉପରେ କାର୍ଯ୍ୟାନୁÂାନ ନିଆଯାଇଛି । ପ୍ରଥମ ଦଫାରେ କନେଷ୍ଟବଳ ଓ ହାବିଲଦାର ସଂଘ ସମ୍ପାଦକ ପ୍ରସନ୍ନ ବେହେରାଙ୍କୁ ଗିରଫ କରିଛି ପୁଲିସ । ତାଙ୍କ ସହ ହୋଟେଲ୍ ମାଲିକ ପ୍ରଦୁ୍ୟମ୍ନ ଜେନା ଓ ମ୍ୟାନେଜର୍ ସୌଭିକ ଜେନାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ୍)କୁ ପଠାଇ ଦିଆଯାଇଛି ।
ପୁଲିସ୍ ସୂଚନା ମୁତାବକ, ମନିଷ ହତ୍ୟା ଘଟଣାର ତଦନ୍ତ ସମୟରେ ହୋଟେଲ୍ ସାଉଥ୍ ସିଟିର କାର୍ଯ୍ୟକଳାପ ସନେ୍ଦହ ଘେରକୁ ଆସିଥିଲା । ବେଆଇନ ଭାବେ ହୋଟେଲ୍ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲୁଥିଲା । ପୁଲିସ୍ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଦ୍ୱାରା ହୋଟେଲ୍ ପରିଚାଳିତ ହେଉଥିଲା । ଏହା ଜାଣିବା ପରେ ମଧ୍ୟ କମିଶନରେଟ୍ ପୁଲିସ୍ର ଦମ୍ ପାଉ ନଥିଲା ପ୍ରସନ୍ନଙ୍କ ଉପରେ କାର୍ଯ୍ୟାନୁÂନ ନେବାକୁ । ହେଲେ ଡିଜିପି ଅଭୟଙ୍କ ତାଗିଦ୍ ପରେ ଭୁବନେଶ୍ୱର ଡିସିପିଙ୍କ ନିଦ ଭାଙ୍ଗିଲା । ଘଟଣାର ତଦନ୍ତ ପାଇଁ ଡିସିପି ଜଣେ ଅତିରିକ୍ତ ଡିସିପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଗଦା ଗଦା ପ୍ରମାଣ ମିଳିବା ପରେ ଗତ ଶୁକ୍ରବାର ପୁଲିସ୍ ‘ସାଉଥ୍ ସିଟି’ ବାର୍ ଉପରେ ଚଢ଼ଉ କରିଥିଲା । ଏହି ସମୟରେ ବାର୍ ଭିତରୁ ବିପୁଳ ପରିମାଣର ମଦ ଜବତ ହୋଇଥିଲା । ତା’ଛଡ଼ା ଲାଇସେନ୍ସ ଶେଷ ହେବା ପରେ ବାର୍ ଚାଲୁଥିଲା ବୋଲି ଜଣାପଡ଼ିଥିଲା । ବିନା ଲାଇସେନ୍ସରେ ବାର୍ଟି ଚୋରାରେ ଚାଲିଥିବା ପୁଲିସ୍ ଜାଣିବାକୁ ପାଇଥିଲା । ଏହା ଜଣାପଡ଼ିବା ପରେ ବାର୍କୁ ପରିଚାଳନା କରୁଥିବା ପ୍ରସନ୍ନ ବେହେରାକୁ ନିଲମ୍ୱିତ କରାଯାଇଥିଲା । ଏଥିସହ ମାଲିକ ପ୍ରଦୁ୍ୟମ୍ନ, କନେଷ୍ଟବଳ ପ୍ରସନ୍ନ ଓ ମ୍ୟାନେଜରଙ୍କୁ ପୁଲିସ ଗିରଫ କରିଛି । ବିଳମ୍ୱିତ ରାତି ପର୍ଯ୍ୟନ୍ତ ଓ ନାଇଟ୍ କର୍ଫୁ୍ୟ ନିୟମ ଉଲ୍ଲଙ୍ଘନ କରି ବାର୍ ଓ ଡ୍ୟାନ୍ସ ବାର୍ ଚାଲିବା ଅଭିଯୋଗରେ ପୁଲିସ୍ କାର୍ଯ୍ୟାନୁÂାନ ନେଇଛି । ଅନ୍ୟପକ୍ଷରେ ପ୍ରସନ୍ନର ବିଭିନ୍ନ ସ୍ଥାନରେ ଫର୍ଣ୍ଣିଚର ଦୋକାନ ରହିଛି । ସେ ସବୁ ସ୍ଥାନରେ ପୁଲିସ୍ ଚଢ଼ଉ କରିଛି ।
ସେପଟେ ଏସବୁ ଘଟଣାରେ ଅବକାରୀ ଥାନାର ଦାୟିତ୍ୱହୀନତା ଜଳ ଜଳ ଦେଖାଯାଉଛି । ସେଥିପାଇଁ ଶନିବାର ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ବୈଠକ କରିଥିଲେ । ଏହି ସମୟରେ ଲାଇସେନ୍ସ ଶେଷ ପରେ କେମିତି ବାର୍ ଚାଲିଥିଲା ସେନେଇ ଆଲୋଚନା ହୋଇଥିଲା । ଏଥିପାଇଁ ଅବକାରୀ ଇନ୍ସପେକ୍ଟରଙ୍କ ଅପାରଗତା ସାମ୍ନାକୁ ଆସିଥିଲା । ଏନେଇ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଅବକାରୀ କମିଶନଙ୍କୁ ଚିଠି ଲେଖିଛନ୍ତି । ଅବକାରୀ ଇନ୍ସପେକ୍ଟର ସବୁ ଜାଣି କ’ଣ ପାଇଁ ଚୁପ୍ ଥିଲେ ତାକୁ ନେଇ ଏବେ ଅନେକ ପ୍ରଶ୍ନ । ସେପଟେ ‘ସାଉଥ୍ ସିଟି’ ହୋଟେଲ୍ଠାରୁ ମୁନାଫା ନେବା ଅଭିଯୋଗରେ ତମାଣ୍ଡୋ ଥାନା ଆଇଆଇସି ପ୍ରମୋଦ ପ;ନାୟକ ଉପରେ କାର୍ଯ୍ୟାନୁÂାନ ହୋଇଛି । ସେହିଭଳି ଅବକାରୀ ଇନ୍ସପେକ୍ଟରଙ୍କ ଉପରେ ମଧ୍ୟ କାର୍ଯ୍ୟାନୁÂାନ ହେବ ବୋଲି ଜଣାପଡ଼ିଛି । କନେଷ୍ଟବଳ ପ୍ରସନ୍ନଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ୨୦୦୧ରେ ବାଲିଅନ୍ତା ମଦମୃତୁ୍ୟ ମାମଲାରେ ଗୁପ୍ତତଥ୍ୟ ଲିକ୍ ଅଭିଯୋଗରେ ପୁଲିସ୍ କେସ୍ ନମ୍ବର ୨୨/୦୧ରେ ମାମଲା ରୁଜୁ କରିଥିଲା । ୨୦୦୫ରେ ଲକ୍ଷ୍ମୀସାଗର ଥାନାରେ କେସ୍ ନମ୍ୱର ୧୫୯/୦୫ ଦଫା ୨୫/୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ମାମଲା ରୁଜୁ ହୋଇଥିଲା । ସେହିପରି ୨୦୧୦ରେ ଜମିଜମା ମାମଲାରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ୨୦୧୨ରେ ସହିଦନଗର ୨୩୮/୧୨ରେ ମାମଲା ରୁଜୁ ହୋଇଥିଲା । ୨୦୧୯ରେ ଏକ ଟ୍ରାକ୍ଟର ଚୋରି ନେଇ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି । ଲକ୍ଡାଉନ୍ ସମୟରେ ସଚିବାଳୟ ସମ୍ମୁଖରେ ମଦ ପିଇ ଧରା ପଡ଼ିଥିଲା । କେବଳ ଏତିକି ନୁହେଁ ପ୍ରସନ୍ନଙ୍କ ବିରୋଧରେ ଏକାଧିକ ମାମଲା ରହିଥିବା ବେଳେ ପୁଲିସ୍ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରୁନଥିଲା । କେବଳ ନିଲମ୍ୱିତ କରି କାମ ସାରି ଦେଉଥିଲା । ହେଲେ ଡିଜିପି ଅଭୟଙ୍କ ତାଗିଦ୍ ପରେ କିଛି ବାଟ ନ ପାଇ ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ପୁଲିସ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons