ଜେଲ୍ ପାଚେରି ଡେଇଁ କଏଦୀ ଚମ୍ପଟ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): ଆଳିପିଙ୍ଗଳ ଉପକାରାଗାରର ୧୫ ଫୁଟ୍ ଉଚ୍ଚ ପାଚେରି ଡେଇଁ ଆଜି ଫେରାର ହୋଇଯାଇଛି ଜଣେ ବିଚାରାଧୀନ କଏଦୀ । ଦିନ ୧୦ଟା ପରେ ସେ ବାଉଁଶ ଶିଡି ସହାୟତାରେ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିବା ଜଣାପଡ଼ିଛି । କଡ଼ା ସୁରକ୍ଷା ବଳୟ ସତ୍ତେ୍ୱ ଜେଲ୍ ଭିତରୁ ଜଣେ ବିଚାରାଧୀନ କଏଦୀ ସମସ୍ତଙ୍କ ଆଖିରେ ଧୂଳି ଦେଇ ଉଭାନ୍ ହୋଇଯିବା ପରେ ଉପକାରଗାରର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ଜେଲ୍ କର୍ତ୍ତୃପକ୍ଷ ଏନେଇ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି । ଅପରାହ୍ନରେ ଜଗତସିଂହପୁର ଥାନାଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଆଳିପିଙ୍ଗଳ ଜେଲ୍କୁ ଯାଇ ପ୍ରାଥମିକ ତଦନ୍ତ କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ, ୨୦୨୦ ଡିସେମ୍ବର ୩୦ରୁ ଆଳିପିଙ୍ଗଳ ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହି ଆସୁଥିଲା ବାଲିକୁଦା ଥାନା ଗଦେଇଗିରି ଅଞ୍ଚଳର ଜୀବନଜ୍ୟୋତି ସାହୁ(୨୪) । କମଳାକାନ୍ତ ସାହୁଙ୍କ ପୁଅ ଜୀବନ ଜଣେ ନାବାଳିକାଙ୍କୁ ଅପହରଣ ସହ ବଳାକ୍ରାର କରିଥିବା ଅଭିଯୋଗ ସେତେବେଳେ ହୋଇଥିଲା । ବାଲିକୁଦା ପୁଲିସ ଅଭିଯୁକ୍ତ ଜୀବନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ର ୮ ନମ୍ବର ୱାର୍ଡରେ ରଖାଯାଇଥିଲା । ପୁଲିସ କହିବା ମୁତାବକ, ଦିନ ୧୦ଟା ସୁଦ୍ଧା ଜୀବନ ନିଜ ୱାର୍ଡ ସମ୍ମୁଖ ବାରଣ୍ଡାରେ ବସିଥିଲା । ଅପରାହ୍ନ ୨ଟା ବେଳକୁ କଏଦୀଙ୍କ ସଂଖ୍ୟା ଗଣତି ପରେ ଜୀବନ ନ ଥିବା ଜଣାପଡ଼ିଥିଲା । ତା’ ପରଠାରୁ ତନାଘନା ହୋଇଥିଲେ ସୁଦ୍ଧା ଜୀବନର ଟେର୍ ପାଇ ନଥିଲେ ଜେଲ୍ କର୍ତ୍ତୃପକ୍ଷ । ଶେଷରେ ପୁଲିସର ସାହାରା ନେବାକୁ ପଡ଼ିଥିଲା । ଏବେ ବାଲିକୁଦା ଓ ଜଗତସିଂହପୁର ପୁଲିସ ଜୀବନର ସନ୍ଧାନରେ ଲାଗି ପଡ଼ିଛନ୍ତି । ଏପଟେ ପୀଡ଼ିତାଙ୍କ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । କାରଣ ବଳାକ୍ରାରର ଶିକାର ନାବାଳିକା ଜଣେ ସ୍କୁଲ୍ ଛାତ୍ରୀ । ସେ ଦୃଷ୍ଟିରୁ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ଅଭିଯୁକ୍ତ ଜୀବନ ନିକଟରେ ମୋବାଇଲ୍ ଫୋନ୍ ନ ଥିବାରୁ ସହସା ଅଭିଯୁକ୍ତକୁ ହାତ ମୁଠାକୁ ଆଣିବା ପୁଲିସ ଟିମ୍ ପାଇଁ କାଠିକର ପାଠ ହୋଇପଡ଼ିଛି ।
ସଂପ୍ରତି ଜେଲ୍ ପରିସରରେ ଥିବା ଏକ ହସ୍ପିଟାଲ୍ ବିଲ୍ଡିଂର ନିର୍ମାଣ କାମ ଚାଲୁଛି । ଏଣୁ ଜେଲ୍ର ପାଚେରି ପାଶ୍ୱର୍ରେ ଥିବା ଏକ ଘରେ ନିର୍ମାଣାଧୀନ କାମର ସାଜ ସରଞ୍ଜାମ ରହୁଛି । ଉକ୍ତ ଘରେ ବାଉଁଶ ଶିଡ଼ି ଥିଲା । ଯେହେତୁ କାମ ଚାଲିଛି ତେଣୁ ଘର କବାଟକୁ ଖୋଲା ରଖାଯାଇଥିଲା । ଏହି ମଉକା ଦେଖି ଦିନ ୧୦ଟା ପରେ ଜୀବନ ଉକ୍ତ ଘର ଭିତରକୁ ପଶିଥିଲା । ଶିଡ଼ି ଆଣି ପାଚେରି ଡେଇଁବାରେ ସେ ସଫଳ ହୋଇଥିବା ଅନୁମାନ ଲଗାଇଛନ୍ତି ଜଗତସିଂହପୁର ଥାନାଧିକାରୀ ଶ୍ରୀ ସାହୁ । ମାତ୍ର ଜେଲ୍ ଭିତରେ ରହିଛି ପ୍ରଶାସନିକ ଭବନ । ପାଖକୁ ଲାଗିଛି ରୋଷେଇ ଘର । ପରେ ରହିଛି ୱାର୍ଡ ସବୁ । ସବୁଠି ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଏହାଛଡ଼ା ପ୍ରତି ୱାଡର଼୍ରେ ଏକାଧିକ ବିଚାରାଧୀନ କଏଦୀ ରହିବା ସତ୍ତେ୍ୱ ଏକୁଟିଆ ଜୀବନ କିଭଳି ଗୃହ ନିର୍ମାଣ ଉପକରଣ ରହୁଥିବା ଘରକୁ ପଶିଲା ଏବଂ ଶିଡି ଆଣି ଚମ୍ପଟ ମାରିଲା ତାହାକୁ ନେଇ ବିସ୍ମୟ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons