ମା’ ରାମଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ ଓ ହାଣ୍ଡିଭଙ୍ଗା ଯାତ ପାଳିତ

Get real time updates directly on you device, subscribe now.

କୋଣାର୍କ : ଚଳିତ ବୈଶାଖ ମାସ ଶୁକ୍ଳ ପକ୍ଷ ୧୨ ତାରିଖ ଶେଷ ଗୁରୁବାର ଦିନ ମା’ଙ୍କ ପୀଠରେ ନିଆରା ପର୍ବ ହାଣ୍ଡିଭଙ୍ଗା ଯାତ ଧୁମଧାମରେ ପାଲିତ ହୋଇଯାଇଛି । ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ହେଉଛନ୍ତି ଶ୍ରେÂ ତଥା ଅଧିÂାତ୍ରୀ ଦେବୀ । ମା’ଙ୍କ ପୀଠରେ ବର୍ଷତମାମ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀଗୁଡ଼ିକ ମଧ୍ୟରେ ଶ୍ରେÂ ଓ ନିଆରା ପର୍ବ ହେଉଛି ହାଣ୍ଡିଭଙ୍ଗା ଯାତ । ଏହା ଓଡ଼ିଆଣୀ କୂଳବଧୁମାନଙ୍କର ଏକ ନିଆରା ପର୍ବ । କାହିଁ କେଉଁ କାଳରୁ ପୁରୁଷାନୁକ୍ରମେ ଖାଲକଟାପାଟଣା ଓ ଟିକନା ଗ୍ରାମର କୁଳବଧୂମାନେ ନିଜ ପରିବାରେର ଶୁଭ ମନାସି ମା’ ରାମଚଣ୍ଡୀଙ୍କ ନିକଟରେ ହାଣ୍ଡିଭଙ୍ଗାଯାତକୁ ମହାଅଡ଼ମ୍ବରରେ ପାଳନ କରିଥାନ୍ତି । ଘଞ୍ଚ ଜଙ୍ଗଲ ଓ ସମୁଦ୍ରକୂଳରେ ଏହି ଦୁଇଟି ଗ୍ରାମର ଅବସ୍ଥିତି ଥିବାରୁ ଜଙ୍ଗଲି ଜୀବଜନ୍ତୁଙ୍କ ଆକ୍ରମଣ ଓ ସମୁଦ୍ର ମାଡ଼ି ନ ଆସିବା ପାଇଁ ଗ୍ରାମର କୂଳବଧୂମାନେ ମା’ ରାମଚଣ୍ଡୀଙ୍କ ନିକଟରେ ହାଣ୍ଡିଭଙ୍ଗାଯାତକୁ ପୁରୁଷାନୁକ୍ରମେ ପାଳନ କରି ଆଶୁଛନ୍ତି ।
ମା’ଙ୍କ ପୀଠ ସଂଲଗ୍ନ ଟିକନା ଓ ଖାଲକଟାପାଟଣା ଗ୍ରାମର କୁଳବଧୂମାନେ ଏହି ପବିତ୍ର ଦିନରେ ଉପବାସ ବ୍ରତ କରି ଏକତ୍ର ହୁଳହୁଳି ପକାଇ ଗ୍ରାମରୁ ବାହାରି ଥିଲେ । ମା’ ରାମଚଣ୍ଡୀଙ୍କ ନିମନ୍ତେ କୂଳବଧୂମାନେ ଗାଧୁଆ ସଜ ଧରି ପବିତ୍ର ପୀଠରେ ପହଞ୍ଚିବା ପରେ ମା’ଙ୍କ ପୂଜକ ଗାଧୁଆ ନିତୀ ସମ୍ପନ୍ନ କରିଥିଲେ । ପ୍ରତ୍ୟକ ମହିଳା ପରିଧାନ କରିଥିବା ନୂଆ ଲୁଗା କାନିରେ ବାନ୍ଧି ଆଣିଥିଲେ ହାଣ୍ଡିରନ୍ଧା ସାମଗ୍ରୀ । ମା’ଙ୍କ ମନ୍ଦିର ବେଢ଼ାରେ ପଶ୍ଚିମ ପାଶ୍ୱର୍ରେ ଥିବା ହାଣ୍ଡିରନ୍ଧା ଚୁଲାରେ ସମୁହ ହାଣ୍ଡିରନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିଲା । ମନ୍ଦିରର ପୂଜକ ଓ ମାଳି ମା’ଙ୍କ ରୋଷ ଘରଚୂଲାରୁ ଅଗ୍ନୀ ଆଣୀ ପ୍ରତ୍ୟକ ମହିଳାଙ୍କ ଚୁଲିରେ ଅଗ୍ନୀ ସଂଯୋଗ କରିବାସହ ଖୀରିକୋଲି ଡାଙ୍ଗରେ ପ୍ରସ୍ତୁତ ଚଟୁ ଯୋଗାଇ ଦେବାପରେ ମହିଳାମାନେ ହାଣ୍ଡିରନ୍ଧା କାର୍ଯ୍ୟ ଆରମ୍ଭ କରିଥିଲେ । ମାହିଳାମାନେ ଘରୁ ଆଣିଥିବା ଅରୁଆଚାଉଳ, ମୁଗ, ଚିନି, ଘିଅ ଓ ପରିବା ମିଶା ନୂଆ ମାଟିହାଣ୍ଡିରେ ଖେଚୁଡ଼ି ପ୍ରସ୍ତୁତ କରିଥିଲେ । ଏହି ସମୟରେ ମା’ଙ୍କ ରୋଷଇଘରେ ପୂଜକ ମଧ୍ୟ ନୂଆ ମାଟିହାଣ୍ଡିରେ ଏତାଦୃଶ୍ୟ ଖେଚୁଡ଼ି ପ୍ରସ୍ତୁତ କରିବାପରେ ମା’ଙ୍କ ନିକଟରେ ଭୋଗଲଗାଇ ଥିଲେ । ଏହାପରେ ହାଣ୍ଡିରନ୍ଧା ଖେଚୁଡ଼ିକୁ ପୂଜକ ଓ ମହିଳାମାନେ କଦଳୀ ପତ୍ରରେ ବାଢିଥିଲେ । ଖେଚୁଡ଼ିର ସିଂହଭାଗ ଅଂଶକୁ ଦୁଇଟି ବାଟୁଳା କରି ବାଘ ଓ ବାଘୁଣିଙ୍କ ନିମନ୍ତେ ହାଣ୍ଡିରେ ରଖିବା ପରେ ଅବଶିଷ୍ଟ ଖେଚୁଡ଼ିକୁ ସେବନ କରିବା ପରେ ଖେଚୁଡ଼ି ହାଣ୍ଡିକୁ ଧରି ପୂଜକ ହାଣ୍ଡିଭଙ୍ଗା ବନ୍ତ ଅଭିମୂଖେ ଆଗେ ଆଗେ ଯିବା ବେଳେ ମହିଳାମାନେ ନିଜ ନିଜ ହାଣ୍ଡିକୁ ଧରୀ ନିରବତା ଅବଲମ୍ବନ କରି ତାଙ୍କୁ ଅନୂସରଣ କରିଥିଲେ । ମା’ଙ୍କ ମନ୍ଦିରର ପଶ୍ଚିମ-ଉତ୍ତର କୋଣର ୨୦୦ମିଟର ଦୂରରେ ଥିବା ହାଣ୍ଡିଭଙ୍ଗା ବନ୍ତରେ ପହଞ୍ଚି ଏହି ବନ୍ତକୁ ସାତଥର ପ୍ରଦିକ୍ଷଣ କରିବା ପରେ ବନ୍ତ ଚୂଡ଼ାରେ ଥିବା ଶିଳା ଉପରେ ହାଣ୍ଡିକୁ କଚାଡ଼ି ଭାଙ୍ଗିଥିଲେ । ଏହାପରେ ମହିଳାମାନେ ଏକ ମୁହାଁ ହୋଇ ୩୦୦ ମିଟର ଦୂରରେ ଥିବା ହାତଧୁଆ ଝରଣାରେ ହାତ ଧୋଇ ଗ୍ରାମଦେବତୀ ଖାଲକୋଠୀଙ୍କୁ ମୁଣ୍ଡିଆମାରୀ ଘରକୁ ଫେରିଥିଲେ । ଯେଉଁ ମହିଳାଙ୍କ ହାଣ୍ଡିର ମୁଣ୍ଡୁଳି ଭାଙ୍ଗିନଥିଲା ସଂପୃକ୍ତ ମହିଳା ନିଜ ପରିବାରରେ କୌଣସି ଅମଙ୍ଗଲ ନ ହେବା ପାଇଁ ରିଷ୍ଟ ଖଣ୍ଡନ ଉଦେ୍ଧଶ୍ୟରେ ଶୁକ୍ରବାର ପ୍ରତୁ୍ୟଶରେ ମା’ଙ୍କ ପାଖରେ ଗୁହାରିଆ ପଡ଼ିବେ ।
ଏହି ଅବସରରେ ବିଶ୍ୱ ଶାନ୍ତି ନିମନ୍ତେ ମା’ଙ୍କ ନିକଟରେ ୧୦ ତାରିଖରୁ ତି୍ରଦିବସୀୟ ଚଣ୍ଡୀମହାଯଜ୍ଞ ଆୟୋଜିତ ହୋଇଥିବା ବେଳେ ପ୍ରତେହ୍ୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଆଜି ଗୁରୁବାର ପ୍ରତୁ୍ୟଶରେ ମା’ ରାମଚଣ୍ଡୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ ମିଶାଇ ମାଆଙ୍କ ନିକଟରେ ମୋଟ ୫ ଥର ଆଳତି କରାଯାଇଥିଲା । ମା’ରାମଚଣ୍ଡୀଙ୍କର ମହାଲକ୍ଷ୍ମୀ ବେଶ ଓ ହାଣ୍ଡିଭଙ୍ଗା ଯାତକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦିନତମାମ ଲାଗିରହିଥିଲା । ମା’ ରାମଚଣ୍ଡୀ ବଜାର କମିଟିର ସଭାପତି ସୁବାସ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ବେହେରା, ଲୋକନାଥ ନାୟକ, ନରେନ୍ଦ୍ର ପରିଡା, ଚନ୍ଦ୍ରନ ବେହେରା, ଅନିଲ ନାୟକ, ସଦଶିବ ନାୟକ, ରବିନ୍ଦ୍ର ଦାସ, ସନାତନ ବେହେରା, ପ୍ରକାଶ ବେହେରା, ରାମଚନ୍ଦ୍ର ନାୟକ, ସନାତନ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଠାରେ ଉସୂଚନା ଥାଉକି ୨୦୧୯ ମସିହାରେ ସାମଦ୍ରିକଝଡ ଫନି ଓ ୨୦୨୦ ଏବଂ ୨୦୨୧ ମସିହାରେ ମହାମାରୀ କରୋନା ପାଇଁ ମା’ଙ୍କ ପୀଠରେ ଜାକଜମକରେ ପାଳନ ହୋଇପାରି ନଥିଲା ହଣ୍ଡିଭଙ୍ଗା ଯାତ । କେବଳ ପରମ୍ପରା ରକ୍ଷା କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons